ବାସୁଦେବପୁର – ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ନରୋତ୍ତମ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ରେଞ୍ଜ ଇନ୍ସପେକ୍ଟର ମଧୁସୂଦନ ସାହୁ ଙ୍କ ତତ୍ତ୍ଵାବଧାନରେ ଓଆଇସି ନଟବର ମଲ୍ଲିକ ଓ ଷ୍ଟାଫ୍ ସୁମନ୍ତ ମାହୁନ୍ତ, ଖଗେଶ୍ବର ଜେନା, ମନୋରଞ୍ଜନ ରଣା, ସୁଭଦ୍ରା ବାରିକ୍ ସଦଳ ବଳେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ମାଛ ହାଟ ଛକ ବଢେଇ ପଦା ନିକଟ ରେ ଜଗି ବସିଥିଲେ। ଏହି ସମୟରେ ଏକ ମଟର ସାଇକେଲ ଗାଡ଼ି ନମ୍ୱର୍ OD22E9791 ରେ ଚୂଡ଼ାମଣି ଗ୍ରାମ ର ଜଣେ ବ୍ୟକ୍ତି ଗୌରାଙ୍ଗ ସେଠୀ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରିଛି ଅବକାରୀ ବିଭାଗ। ତାଙ୍କ ନିକଟ ରୁ ଦୁଇ କିଲୋ ତିନି ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ କେସ ନମ୍ୱର୍ 69 ରେ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।
Sign in
Sign in
Recover your password.
A password will be e-mailed to you.
Next Post