ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ), ବେଲଗୁଣ୍ଠା ଥାନା ପରିସରରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ରେବତୀ ଶବରଙ୍କୁ ଆଜି ଥାନା ତରଫରୁ ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ଉପଢ଼ୌକନ ଏବଂ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସ୍ୱାଗତ କରାଯାଇଥିଲା I ସେହିପରି ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କୁ ମଧ୍ୟ ଉପଢ଼ୌକନ ଏବଂ ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା I ଶ୍ରୀମତୀ ଶବର ପୂର୍ବରୁ ଗଞ୍ଜାମ ଜିଲ୍ଳା ତାରସିଂ ଥାନାରେ ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ବେଲଗୁଣ୍ଠା ଥାନାକୁ ବଦଳି ହୋଇଛି I ସେହିପରି ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କୁ ଗାଙ୍ଗପୁର ଥାନାକୁ ବଦଳି ହୋଇଛି I ଆଜିର ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ଏସ୍ଆଇ ଅଭୟ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଏଥିରେ ଅନ୍ୟତମ ଅତିଥି ରୂପେ ଏସ୍ଆଇ ବିଶ୍ୱରଞ୍ଜନ ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଏଏସ୍ଆଇ ଅନୁ ମଲ୍ଲିକ, ଏଏସ୍ଆଇ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସାମ୍ବାଦିକ ଚନ୍ଦନ କୁମାର ସାହୁ, ସୁଶାନ୍ତ କୁମାର ବେହେରା, ମନୋଜ ପାତ୍ର, ଶିବରାମ ଚୌଧୂରୀ, ପ୍ରଦୀପ ଚୌଧୂରୀ, ପଞ୍ଚାନନ ସାହୁ, ପଞ୍ଚାନନ ନାୟକ,ସଦାଶିବ ପାଣିଗ୍ରାହୀ,ତୋଫାନ କୁମାର ସାହୁଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.