ମ୍ୟାଲେରିଆ ଓ ଡାଈରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ

3

ଜଗତସିଂହପୁର ୨/୦୭/୨୫: ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯାଳୟ ସ୍ଥିତ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ଓ ଡାଈରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି Iବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବ୍ଲକ , ଗ୍ରାମ ଓ ପୌରାଞ୍ଚଳରେ ମ୍ୟାଲେରିଆ ଓ ଡାଈରିଆ ପାଇଁ ବ୍ୟାପକ ଜନ ସଚେତନତା କରାଯିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ I ବୈଠକରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ ରାଜେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥନା ପୂର୍ବରୁ ଜଳ ବାହିତ ରୋଗ ଓ ଭେକ୍ଟର ବାହିତ ରୋଗ ବିଷୟରେ ଆଲୋଚନା କରାଯିବ ଓ ପ୍ରତି ଆଦିବାସୀ ଆବାସିକ ବିଦ୍ୟାଳୟରେ ଜୁଲାଇ ମାସରେ ମେଲେରିଆ ପାଈଁ ରକ୍ତ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଥିଲେ I ଏତଦ୍ ବ୍ୟତୀତ ଆଶା ଓ ଅଙ୍ଗନବାଡି ଘରକୁ ଘର ବୁଲି ଓଆରଏସ ଓ ଜିଙ୍କ ବଣ୍ଟନ କରିବେ Iଡାଇରିଆ ଅଭିଯାନ ୧୬ ଜୁନ ରୁ ୩୧ ଜୁଲାଇ ପର୍ଯନ୍ତ ଚାଲୁ ରହିବ ବୋଲି ସେ କହିଥିଲେ I ଜିଲ୍ଳା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ ଶତ୍ରୁଘ୍ନ ଦାସ , ଜିଲ୍ଳା ଚିକିସ୍ଥା ଅଧିକାରୀ ଡ଼ା ସରୋଜ ଜେନା, ଅତିରିକ୍ତ ଜିଲ୍ଳା ଜନସ୍ବାସ୍ଥ୍ୟ ଅଧିକାରୀ( ରୋଗ ନିୟନ୍ତ୍ରଣ)ଡ ବାସନ୍ତୀ ପାଲ, ଜିଲ୍ଳା କାର୍ଯକ୍ରମ ପରିଚାଳକ ସୋନାଲୀ ପ୍ରିୟଦର୍ଶିନୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଡି ପି ସି ମିଶନ ଶକ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ,ପୌର ପରିଷଦ ର କର୍ମକର୍ତ୍ତା,ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଓ ପରିମଳ ବିଭାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରମୁଖ ବୈଠକ ରେ ଉପସ୍ଥିତ ଥିଲେ I ପ୍ରକାଶ ଥାଉ କି, ଜିଲ୍ଲାରେ ମୋଟ ୨୫୧୮୨୮ ଘର ବୁଲି ୧୧୦୩୨୧ ( ୫ ବର୍ଷରୁ କମ) ପିଲାଙ୍କୁ ଓଆରଏସ ଓ ଜିଙ୍କ ବଣ୍ଟନ କରିବେ I ଏହି ପରିପେକ୍ଷୀରେ ସର୍ବମୋଟ ୧୮୨ ଜଣ ପିଲା ଡାଇରିଆରେ ପୀଡିତ ଥିଲେ ବୋଲି ଘର ଭ୍ରମଣ ସମୟରେ ଚିହ୍ନଟ କରାଯାଇଛି I ଏହାଛଡା ସମସ୍ତ କୂଅ, ନଳକୂପ ବିଶୋଧନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ I ସର୍ବଶେଷରେ ମ୍ୟାଲେରିଆ ସର୍ବେକ୍ଷଣ କାର୍ଯ୍ୟ ପାଇଁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ପ୍ରଥମ), କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର( ଦ୍ଵିତୀୟ),ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର(ତୃତୀୟ) ଓ ପାରଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଙ୍କୁ ପୁରସ୍କୃତ କରଯାଇଥିଲା I

Leave A Reply

Your email address will not be published.