ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ଆଜି ଅପରାହ୍ନ ୩ଘଣ୍ଟା ସମୟରେ କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ସ୍ନିଗ୍ଧା ସରିତା ବଳିଆର ସିଂ ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ ରୁପ୍ରାରୋଡ ସେକ୍ସନ ବନପାଳ ଶ୍ରୀଯୁକ୍ତ ଯୋଶୋବନ୍ତ ପାତ୍ର ଙ୍କ ନେତୃତ୍ୱ ରେ ବନ ମହୋତ୍ସବ ସପ୍ତାହ ର ୨ୟ ଦିବସ କାର୍ଯକ୍ରମ ସ୍ଥାନୀୟ ସେକ୍ସନ ଅନ୍ତର୍ଗତ ଲାଖ ପଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସେକ୍ସନ ବନପାଳ, ବନରକ୍ଷୀ, ଏନ ଜି ଓ ର ଟିମ ଲିଡର ହେମନ୍ତ କୁମାର ସାହୁ ଏଵଂ ପ୍ରଧାନ ଶିକ୍ଷକ,ସହକାରୀ ଶିକ୍ଷକ ତଥା କର୍ମଚାରୀ ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବନବିଭାଗ କର୍ମଚାରୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କର୍ମଚାରୀ ଓ ଅତିଥିଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯକ୍ରମ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ହୃଦବୋଧ କରାଇ “ମାଆ ପାଇଁ ଗଛଟିଏ , ଶିଶୁ ପାଇଁ ଗଛଟିଏ”।। ଲଗାଇବା ପାଇଁ ଛାତ୍ର ଛାତ୍ରୀଙ୍କୁ ଦ୍ୱାରା ଶପଥ ପାଠ କରାଯାଇଥିଲା । କାର୍ଯକ୍ରମ ଟି ର ପ୍ରଭାବ ସ୍ଥାନୀୟ ଅଞ୍ଚଲରେ ବୃକ୍ଷରୋପଣ ପାଇଁ ଆଗ୍ରହ ବଢାଇବା ସହିତ ପରିବେଶ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ଦିଆଗଲା ।ଉକ୍ତ କାର୍ଯ୍ୟକ୍ରମ ପାଇଁ ଶେଷରେ ପ୍ରଧାନ ଶିକ୍ଷକ ତଥା ସମସ୍ତ କର୍ମଚାରୀ ବନ ବିଭାଗ ଙ୍କୁ ଧନ୍ୟବାଦ ଜଣାଇ ବିଦ୍ୟାଳୟରେ ଅଧିକ ଗଛ ଲଗାଇବା ପାଇଁ ସହୋଯୋଗ କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post