ବନ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ।

3

ପଦ୍ମପୁର :- ଗାୟତ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ ସାପଲହର ଠାରେ ବନ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ନିରୋଜ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଶ୍ରୀ ଲିଙ୍ଗରାଜ ପ୍ରଧାନ, ଡେପୁଟୀ କମିଶନର (ଜି ଏସ୍ ଟି) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ।ପ୍ରକୃତିବନ୍ଧୁ ଶ୍ରୀ ମୀନକେତନ ସାହୁ, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଶୋଭାସାଗର ମେହେର, ପ୍ରକୃତିପ୍ରେମୀ ଶ୍ରୀ ଓମପ୍ରକାଶ ଅଗ୍ରୱାଲ ଓ ବାଦୀକଟା ସି ଆର ସି ସି ଶ୍ରୀ ଋଷଭ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯକ୍ରମଟିରେ ଛାତ୍ରଛାତ୍ରୀ ତଥା ସମସ୍ତ କର୍ମଚାରୀମାନଙ୍କୁ ୧୩୫ ଗୋଟିଏ ଗୋଟିଏ ଅଁଳା, ଡାଳିମ୍ବ ଓ ପିଜୁଳି ଚାରା ବଣ୍ଟନ କରାଯାଇଥିଲା। ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋର୍ତିମୟୀ ପଧାନ ସଭା ପରିଚାଳନା କରିଥିବା ବେଳେ ହିନ୍ଦୀଶିକ୍ଷକ ଶ୍ରୀ ସୁକଦେବ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯକ୍ରମଟି ରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.