ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଥିବା ବେଳେ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ଏହି ଅବସରରେ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆହ୍ୱାନ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ରୂପେ ଅବସର ଗ୍ରହଣ କରୁ୍ଥିବା ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାସ,ଶୋଡ଼ଙ୍ଗୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ପଣ୍ଡା,ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର,ଏକତାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତୁଲ୍ୟ କୁମାର ସାହୁ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ ପ୍ରମୁଖ ଉପସ୍ଥିତ ଥିଲେ I ଅବସରପ୍ରାପ୍ତ ଶିକ୍ଷକ ଅତୁଲ୍ୟ କୁମାର ସାହୁ, ସୁରେଶ ମହାପାତ୍ର, ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାସ ଏବଂ ସଂଘମିତ୍ରାଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ଜେନାଙ୍କ ପାଇଁ ସିଆରସିସି ରମେଶ କୁମାର ପାଣିଗ୍ରାହୀ ସମ୍ବର୍ଦ୍ଧନା ପତ୍ର ଗ୍ରହଣ କରିଥିଲେ I ଶିକ୍ଷକ ଶିଶିର କୁମାର ସ୍ୱାଇଁ, ଆକୁଳ ସାହୁ, ରମେଶ୍ କୁମାର ପାଣିଗ୍ରାହୀ ଏବଂ ଭଗବାନ ସାହୁ ମାନପତ୍ର ପାଠ କରିଥିଲେ I କାର୍ଯ୍ୟକ୍ରମକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ସେଠୀ,ମନୋଜ ପଟ୍ଟନାୟକ, ଉପସଭାପତି ଶଲ୍ୟ ସିଅ, ସଂଗଠନ ସମ୍ପାଦକ ଆକୁଳ ସାହୁ,ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତ୍ କୁମାର ସାହୁ,ଜିତେନ୍ଦ୍ର ସାହୁ,ସୁକାନ୍ତ ନାୟକ,କାଳୁ ଚରଣ ଗୌଡ଼, ଶୀତଳ ପ୍ରସାଦ ଜେନା, ଅମରେନ୍ଦ୍ର ନନ୍ଦ, ଶତ୍ରୁଘ୍ନ ସେଠୀ, ଶିକ୍ଷୟିତ୍ରୀ ସ୍ମିତା ନାୟକ, ଅଳକା ମହାପାତ୍ର, ପିଙ୍କି ଦଳାଇ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚ଼ାରୀମାନେ ଉପସ୍ଥିତ ଥିଲେ I ସିଆରସିସି ଛାୟାକାନ୍ତ ମହାପାତ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ସନିତ୍ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.
Prev Post