ଭୁତଳ ଜଳ ଯୋଜନାରେ ଦୁର୍ନୀତି ବିରୋଧରେ ଧାରଣା – ତପନ ହୋତାଙ୍କ ଜନମୁଖୀ ଆନ୍ଦୋଳନ ନବମ ଦିନକୁ ପହଞ୍ଚିଲା l

5

ବଲାଙ୍ଗିର:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବରଗଡ଼, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରେ ଭୁତଳ ଜଳ ସଂରକ୍ଷଣ ଯୋଜନାରେ ଘଟୁଥିବା ଗମ୍ଭୀର ଅବହେଳା, ଅନିୟମତା ଓ ଅଭିଯୁକ୍ତ ପଦାଧିକାରୀମାନଙ୍କ ଦୁର୍ନୀତି ବିରୋଧରେ ତପନ କୁମାର ହୋତା ଗତ ୯ ଦିନ ଧରି ଭୁବନେଶ୍ୱର ଡେଲଟା ଛକ ନିକଟରେ ଧାରଣା ଦେଉଛନ୍ତି। ମୁଖ୍ୟ ଅଭିଯୋଗ ହେଉଛି — କୋଟିକୋଟି ଟଙ୍କା ରାଜସ୍ୱ ବ୍ୟୟ ସତ୍ତ୍ୱେ ଭୁତଳ ଜଳ ସଂରକ୍ଷଣ ଯୋଜନାରେ ହିତାଧିକାରୀମାନେ ଯୋଜନାର ସୂଚିତ ସରକାରୀ ସାହାଯ୍ୟ ଉଚିତ ସମୟରେ ପାଇପାରି ନାହାନ୍ତି।

ଡିଭିଜନ ଦାୟିତ୍ୱରେ ଥିବା ଭୁତତ୍ୱାବିତ ନିହାର ମହନ୍ତ ସମ୍ବଲପୁର ଓ ଅଭିଜିତ ବେହେରା, ଅନୁରାଗ ବେହେରା, ଅଭିନାଶ କୁମାର ବଲାଙ୍ଗୀର ଜିଲ୍ଲା ଭଳି ପଦାଧିକାରୀଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଥିଲେ ମଧ୍ୟ, ବିଭାଗ କିମ୍ବା ସରକାର ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠକୁ ଶତାଧିକ ଲିଖିତ ଅଭିଯୋଗ ଦିଆଯାଇଛି, କିନ୍ତୁ ସମାଧାନ ଅପେକ୍ଷାରେ ଅନିଶ୍ଚିତତା ଜାରି ଅଛି। ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ପତ୍ରର ମଧ୍ୟ ନିୟମ ପାଳନ କରାଯାଉନାହିଁ l ଯଦି ଦୁର୍ନୀତିର ନିରାକରଣ ଓ ହିତାଧିକାରୀଙ୍କ ସମସ୍ୟାର ସମାଧାନ ନ ହୁଏ, ତେବେ ଏହି ଧାରଣା ଆଉ ବି ଶକ୍ତିଶାଳୀ ଜନଆନ୍ଦୋଳନର ରୂପ ଧାରଣ କରିପାରେ।

Leave A Reply

Your email address will not be published.