ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ତାଙ୍କର ମୋଟ ୮ଟି ସ୍ଥାନରେ ଚଢାଉ କରାଯାଉଛି । ଏଥିରେ ୧୦ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ସାମିଲ ହୋଇଛନ୍ତି । ଏନେଇ ମାନ୍ୟବର ସ୍ୱତନ୍ତ୍ର ବିଚାରପତି ସର୍ଚ୍ଚ ୱାରେଣ୍ଟ ଜାରି କରିବା ପରେ ଏହି ଚଢାଉ କରାଯାଉଛି । ଦୟାନିଧି ବାଗ୍ ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ ପିଡି ଥିଲେ । ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ଙ୍କ ମୋଟ ୮ଟି ସ୍ଥାନରେ ରେଡ୍ ଚାଲିଛି । କଲାହାଣ୍ଡି ଜିଲ୍ଲା କୁପା ଗାଁ ସ୍ଥିତ ଘର, କାଳାହାଣ୍ଡି ଜିଲ୍ଲା ବିକ୍ରମଗୁଡ଼ା ସ୍ଥିତ ଶ୍ୱଶୁର ଘର, ଭୁବନେଶ୍ୱର ଗୋଠପାଟଣା ସ୍ଥିତ ମହାନଦୀ ଆପାର୍ଟମେଣ୍ଟର ଏକ ପ୍ଲାଟ୍, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଏଲଆଇଜି ଘର, ଭୁବନେଶ୍ୱର ସ୍ଥିତ ମୃତ୍ତିକା ସଂରକ୍ଷଣ ବିଭାଗର ଅଫିସ୍ ଚାମ୍ୱର, ନବରଙ୍ଗପୁର ଟାଉନ ସ୍ଥିତ ଏକ ନିର୍ମାଣାଧିନ ଘର, ନବରଙ୍ଗପୁରରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ୨ଟି ଘରେ ଏକକାଳୀନ ରେଡ୍ କରୁଛି ଭିଜିଲାମନ୍ସ ଟିମ୍ ।
Sign in
Sign in
Recover your password.
A password will be e-mailed to you.