ଯୋଖିପାଲିରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ୧୦ଦିନ ପର୍ଯ୍ୟନ୍ତ ରଥାରୁଢ଼ ହୁଅନ୍ତି ତିନିଠାକୁର

5

ବିଜେପୁର :-ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୂ ଜଗନ୍ନାଥଙ୍କ ଲୀଳା ସବୁଠାରୁ ନିଆରା ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ଦିନ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀ ଗୁଣ୍ଡିଚା କୁ ରଥରେ ଯାଇଥାନ୍ତି ପୁରୀ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ଅଟେ ସେଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ଏହାଛଡ଼ା ପୁରପଲ୍ଲୀରେ ରଥଯାତ୍ରା ଆୟୋଜନ ହୋଇଥାଏ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମରେ ରଥଯାତ୍ରା କିନ୍ତୁ ସବୁଠାରୁ ନିଆରା ଢଙ୍ଗରେ ପାଳନ କରାଯାଏ ଗ୍ରାମରେ ଦ୍ଵିତୀୟା ଠାରୁ ଏକାଦଶୀ ଦିନ ପର୍ଯ୍ୟନ୍ତ ପ୍ରତିଦିନ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଯେଉଁଥିପାଇଁ ଭକ୍ତଗଣ ପ୍ରତ୍ୟେକ ଦିନ ତିନି ଠାକୁରଙ୍କ ଦର୍ଶନ ପାଇଥାନ୍ତି ଏବର୍ଷ ରଥଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଗ୍ରାମବାସୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି..
ଦ୍ଵିତୀୟା ଦିନ ତିନିଠାକୁର ଜଗନ୍ନାଥ ମନ୍ଦିର ଠାରୁ ରଥ ଚଢ଼ି ମାଉସୀ ମନ୍ଦିର କୁ ଯାତ୍ରା କରିଥିଲେ. ଗ୍ରାମର ଗୌନ୍ତିଆ ସୁଦୀପ କୁମାର ସାହୁ ଛେରା ପହଁରା କରିଥିଲେ କାଲିଆ ସାହୁ ସାମନ୍ତ ଚନ୍ଦ୍ର ସାହୁ . ମନ୍ଦିର ପୂଜକ କ୍ଷୀରେଶ୍ୱର ଦାସ ପୂଜାପାଠ କରୁଥିବା ବେଳେ ଅଶ୍ୱିନୀ କୁମାର ଦାସ,ଚଞ୍ଚଳ ଦାସ ଏବଂ ରାଜ

Leave A Reply

Your email address will not be published.