ଖପ୍ରାଖୋଲ ରେ ଶ୍ରୀଜଗନ୍ନାଥଙ୍କ ରଥ ଯାତ୍ରା, ଅନୁକୂଳ ପାଗ ଯୋଗୁଁ ପ୍ରବଳ ଭିଡ଼

4

ଖପ୍ରାଖୋଲ ୨୭/୬(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ବିଭିନ୍ନ ଗାଁ ରେ ଶ୍ରୀ ଜଗନ୍ନାଥ ଙ୍କ ରଥ ଯାତ୍ରା ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ରେ ଠାକୁରଙ୍କ ପୂଜାନୀତି, ପରେ ପହଣ୍ଡି ଓ ରଥାରୂଢ଼ କରାଇ ଠାକୁରଙ୍କୁ ଥାନା ଛକ କୁ ଆଣିଥିଲେ। ଠାକୁର ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ପୂଜକ ରମେଶ ଚନ୍ଦ୍ର ଦାଶ ପୂଜା ପାଠ କରିଥିଲେ। ସେହି ପରି ଧଣ୍ଡାମୁଣ୍ଡା ଗାଁ ରେ ମଧ୍ୟ ମଧ୍ୟ ତିନି ଠାକୁର ପହଣ୍ଡି, ରଥ ଟଣା ଅନୁଷ୍ଠିତ ହୋଇଥିଲା। ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡି ରଥାରୂଢ଼ କରାଯାଇଥିଲା। ପୂଜକ ବଶିଷ୍ଠ ମିଶ୍ର, ଓଁକାର ମିଶ୍ର, ବୈଦ୍ୟନାଥ ମିଶ୍ର, ଗାଁ କମିଟି ତରଫରୁ ଅମୂଲ୍ୟ ଭୋଇ, କ୍ଷୀରୋଦ ପ୍ରଧାନ, ପଞ୍ଚାନନ ସାହୁ, କ୍ଷମା ଭୋଇ ପ୍ରମୁଖ ଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ସେହିପରି କପସିପାଲି,ହରିଶଙ୍କର,ମହରାପଦର ସମେତ ବ୍ଲକ୍ ର ବିଭିନ୍ନ ଗାଁ ରେ ଠାକୁରଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ସବୁଠି ପୋଲିସ ମୁତୟନ ହୋଇଥିଲେ।

Leave A Reply

Your email address will not be published.