ଡାବୁଗାଁ ରେ ମହା ଆଡ଼ମ୍ବରରେ ରଥଯାତ୍ରା ଅନୁଷ୍ଠିତ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୭/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରେ ମହା ଆଡ଼ମ୍ବରରେ ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି। ଆଜି ସକାଳେ ଜଗନ୍ନାଥ ମନ୍ଦିର ପୂଜକ ନବୀନ ପାଢୀଙ୍କ ଦ୍ଵାରା ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରା ଙ୍କ ନୀତିକାନ୍ତି ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପୂର୍ବାହ୍ନ ୧୨ ଘଣ୍ଟ ସମୟରେ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ଉପ ସଭାପତି ଜି ଭେଙ୍କେଟେଶ୍ୱର ରାଓ ଙ୍କ ଦ୍ଵାରା ଛେରା ପହଁରା କରାଯାଇଥିଲା। ଅପରାହ୍ନ ୪ ଘଣ୍ଟ ସମୟରେ ହଜାର ହଜାର ଭକ୍ତ ଙ୍କ ଗହଣରେ ରଥଟଣା ଯାଇଥିଲା। ଗତ ଦୁଇ ଦିନ ଧରି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲେ ସୁଦ୍ଧା ଆଜି ପାଗ ଅନୁକୂଳ ଥିବାରୁ ଆଖ ପାଖ ଅଞ୍ଚଳ ରୁ ପ୍ରବଳ ଜନ ସମାବେଶ ହୋଇଥିଲା । ଶଙ୍ଖ ହୁଳହୁଳି , ଜୟ ଜଗନ୍ନାଥ ଧ୍ବନି ,କୀର୍ତ୍ତନ ଦଳ, ତଥା ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ଙ୍କ ଗହଣରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ ହୋଇଥିଲା। ରଥ ଗୌଡ଼ ସାହି,ପାତ୍ର ସାହି,କଳସ ମଣ୍ଡପ ଦେଇ ନୂଆ ଗୁଡା ସ୍ଥିତ ମାଉସୀ ମା ମନ୍ଦିର ରେ ସନ୍ଧ୍ୟା ସାଢେ଼ ୬ ଘଣ୍ଟ ସମୟରେ ପହଞ୍ଚି ଥିଲା। ଡ଼ାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର ଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ର ଯୁବକ ମାନେ ଏଥିରେ ସହଯୋଗ କରିଥିଲେ। ଡାହୁକ ରଘୁନାଥ ପାତ୍ର ( କୁନୁ) ,ଦଇତା ପତି ତ୍ରିନାଥ ଦାଶ, ସନ୍ନତ ନାୟକ,ନୀଳକଣ୍ଠ ମହାପାତ୍ର, ଗୋପାଳ ପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା,ପ୍ରଦୀପ ସାହୁ, ସେବାୟତ ଗୋବିନ୍ଦ ପଣ୍ଡା,ଭଗବାନ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ଭଗବାନ ମହାନ୍ତି,କୋଷାଧ୍ୟକ୍ଷ ଜି ସାଇ ରାଜୁ, ସୁରେନ୍ଦ୍ର ମିଶ୍ର,ପ୍ରକାଶ ପଣ୍ଡା,ସପନ ଦେ,ଲକ୍ଷ୍ମୀକାନ୍ତ ରଥ, ଵାବି ଜେନା,ରାଜେନ୍ଦ୍ର ମିଶ୍ର,ଫୁଲ ସିଂ,ସନ୍ତୋଷ ଶତପଥୀ, ଏ ଶିବ ପ୍ରସାଦ ରାଓ (ବୁଡା), ଆରଆଇ ଚୈତନ୍ୟ ବେହେରା,ଗଙ୍ଗାଧର ମହାଙ୍କୁଡ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟୁତ୍ ବିଭାଗ,ଅଗ୍ନିଶମ କର୍ମଚାରୀ ଓ ସ୍ବାସ୍ଥ୍ୟ ବିଭାଗ ତରଫରୁ ସେବା ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.