କୋଇଡା, ଜୁନ୍ ୨୬, ୨୦୨୫: ସାଗାସାହି ଖଣି ନିକଟରେ ଭଞ୍ଜପାଲି ବାଇପାସ୍ ଠାରୁ କଳମଙ୍ଗ ଛକ ପର୍ଯ୍ୟନ୍ତ ଚାରି କିଲୋମିଟର ଲମ୍ବ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ‘ଭୂମି ପୂଜା’ ଆୟୋଜନ କରାଯାଇଥିଲା। ନିର୍ମାଣ କରାଯାଉଥିବା ଏହି ରାସ୍ତାଟି ସ୍ଥାନୀୟ କଳମଙ୍ଗ, ସାଗାସାହି ଏବଂ ଘୋରାଭୁରାଣୀ ଗ୍ରାମର ଗ୍ରାମବାସୀମାନଙ୍କ ପାଇଁ ଏକ ନିୟମିତ ରାସ୍ତା। ଏଏମ୍/ଏନ୍ଏସ୍ ଇଣ୍ଡିଆ ସୁରକ୍ଷିତ ଏବଂ ଅଧିକ ଦକ୍ଷ ଯାତ୍ରା ସୁନିଶ୍ଚିତ କରିବା ନିମନ୍ତେ ବିଦ୍ୟମାନ ମାଟି ରାସ୍ତାକୁ ଏକ ସ୍ଥାୟୀ କଂକ୍ରିଟ୍ ରାସ୍ତାରେ ପରିଣତ କରିବାକୁ ପଦକ୍ଷେପ ନେଇଛି। ଏହି ରାସ୍ତା ୬ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି। ଏହି ରାସ୍ତା ସମ୍ପୂର୍ଣ୍ଣ ହେଲେ ୩ହଜାରରୁ ଅଧିକ ସ୍ଥାନୀୟ ଗ୍ରାମବାସୀ ମାନେ ଉପକୃତ ହେବେ।
ଏହି କାର୍ଯ୍ୟକ୍ରମରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଖଣି ମୁଖ୍ୟ ଶ୍ରୀ ଶରଣପ୍ପା କାମ୍ବାଲି ଏହି ଭୂମି ପୂଜାର ନେତୃତ୍ୱ ନେଇଥିଲେ, ଯାହା ସ୍ଥାନୀୟ ଗୋଷ୍ଠୀ ବାସିନ୍ଦା ଏବଂ କମ୍ପାନୀର ଅଧିକାରୀମାନଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇଥିଲା। ଏହି ଅବସରରେ ଶ୍ରୀ କାମ୍ବାଲି କହିଛନ୍ତି, “ଏହି ପଦକ୍ଷେପ ଏଏମ୍/ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟକ୍ଷମ ସ୍ଥାନର ଆଖପାଖରେ ଥିବା ସମ୍ପ୍ରଦାୟର କଲ୍ୟାଣ ପ୍ରତି ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ଏକ କଂକ୍ରିଟ୍ ରାସ୍ତାରେ ପରିଣତ କରି କମ୍ପାନୀ ସଂଯୋଗୀକରଣ ବୃଦ୍ଧି କରିବା, ଯାତ୍ରାକାଳୀନ ବିପଦ ହ୍ରାସ କରିବା ଏବଂ ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖିଛି।”
Sign in
Sign in
Recover your password.
A password will be e-mailed to you.