ଗୋଦାବରୀଶ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

3


ବାଣପୁର:(ସେକ କୌସର):ଓଡ଼ିଶାର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟରୁ ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ତିନିଜଣ ଅଧ୍ୟାପକ, ସରକାରୀ ଧନ୍ଦା ମୁଳକ ଶିକ୍ଷାର ଅଧ୍ୟାପକ ଗୌରୀ ଶଙ୍କର ସୁବୁଦ୍ଧି, ଦର୍ଶନ ବିଭଗର ମୁଖ୍ୟ ପ୍ରାଧ୍ୟାପକ ରାଧାକାନ୍ତ ରାଉତ ଓ ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପଞ୍ଚାନନ ମହାରଣାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏ ଉଦ୍ଦେଶ୍ୟରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ବିନାୟକ ହୋତା ଅଧ୍ୟକ୍ଷତା କରିଥିବା ବେଳେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଡ଼ ସୁର ପ୍ରତାପ ନରେନ୍ଦ୍ରସିଂ ବର୍ମା, ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା, ଅଧ୍ୟାପକ ବିଭୂତି ଭୂଷଣ ହୋତା, ଅଧ୍ୟାପକ ଅଜୟ କୁମାର ଦାସ, ଅଧ୍ୟାପକ କ୍ୟାପଟେନ ଡ ଗୁରୁକିଶୋରେ ନାୟକ ପ୍ରମୁଖ ତିନି ସହକର୍ମୀଙ୍କ ସମ୍ପର୍କରେ ଅନେକ ଗୁଣଗାନ କରି ସେମାନଙ୍କର ଦୀର୍ଘ ଓ ନିରୋଗ ଭବିଷ୍ୟତ ଜୀବନ କାମନା କରିଥିଲେ।ଉତ୍ସବରେ ସେମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସଭାରେ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଦୁର୍ଯ୍ୟୋଧନ ସାହୁ ଓ ପ୍ରଭାତ କୁମାର ମାର୍ଥା ସଭାରାୟୋଜନ କରିଥିବାବେଳେ ଆକାଉଣ୍ଟାଣ୍ଟ ସୁଧାଂଶୁ ଶେଖର ତ୍ରିପାଠୀ ପ୍ରମୁଖ ସୁସ୍ୱାଦୁ ଭୋଜନର ବ୍ୟବସ୍ଥା କରିଥିଲେ। ପରିଶେଷରେ ଲକ୍ଷ୍ମୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।

Leave A Reply

Your email address will not be published.