ଗୋପାଳପୁର ଛାତ୍ରୀ ଗଣଧର୍ଷଣ ପ୍ରତିବାଦରେ ଓଡ଼ଗାଁ କଲେଜ ସାମ୍ନାରେ ଛାତ୍ର ବିଜେଡିର ଗଣଧାରଣା ଓ ରାସ୍ତା ଅବରୋଧ,

3

ଓଡଗାଁ,୨୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଫାଟକ ସାମନାରେ ଓଡ଼ଗାଁ ବ୍ଳକ ଯୁବ ବିଜେଡି ସଭାପତି ବିନାୟକ ରାଉତ ଏବଂ ଏନ୍ଏସି ସଭାପତି ସୈ।ରଭ କୁମାର ସାହୁଙ୍କ ନେତୃତ୍ୱରେ ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଧର୍ଷଣ ଏବଂ ଓଡ଼ିଶାରେ ବୃଦ୍ଧି ପାଇଥିବା ନପାରି ନିର୍ଯାତନା ପ୍ରତିବାଦରେ ଶତାଧିକ ଛାତ୍ରଛାତ୍ରୀ ଫାଟକ ସାମନାରେ ଗଣଧାରଣାରେ ବସିଥିଲେ । ଏବଂ ନୟାଗଡ଼ ଭଞ୍ଜନଗର ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ଏଥି ସହିତ ବର୍ତ୍ତମାନର ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଯୁବ ନେତୃତ୍ବ ମାନେ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ଆଗକୁ କେବଳ ପ୍ରତିବାଦ କିମ୍ବା ଧାରଣା ନୁହେଁ, ଆନ୍ଦୋଳନକୁ ଓହ୍ଲାଇବେ ଯୁବ ବିଜେଡିର ନେତୃବର୍ଗ ଏବଂ ସମର୍ଥକ ।

Leave A Reply

Your email address will not be published.