ଯୁବଛାତ୍ର ଜନତା ଦଳର ଆନ୍ଦୋଳନ ଚେତାବନୀ ।

3

ଖୋର୍ଦ୍ଧାରୁ (ଶେଖ ଜାଫର ):   ସାରା ରାଜ୍ୟ ରେ ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣା ପ୍ରତିଦିନ ବଢ଼ିବାରେ ଲାଗିଛି । ରାଜ୍ୟ ରେ ମହିଳାଙ୍କୁ ସୁରକ୍ଷିତ ଦେବା ରାଜ୍ୟ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ୍। ଡବଲ ଇଞ୍ଜିନ ସରକାର ଙ୍କ ଶାସନ ପ୍ରତିବାଦ ରେ ଯୁବଛାତ୍ର ଜନତା ଦଳ ପକ୍ଷ ରୁ ଆସନ୍ତା ଜୁନ୍ ୨୫ତାରିଖ ଦିନ ରାଜ୍ୟ ର ବିଭିନ୍ନ ମହାବିଦ୍ୟାଳୟ ସମ୍ମୁଖ ରେ ପ୍ରତିବାଦ ଏବଂ ବିକ୍ଷୋଭ ସଭା ଅନୁଷ୍ଠିତ ହେବ। ଏହି ଅବସର ରେ ଖୋର୍ଦ୍ଧା ଯୁବଛାତ୍ର ଜନତା ଦଳ ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ବିଜୁ ଛାତ୍ର ଜନତା ଦଳ ସଭାପତି ସ୍ଵାଧୀନ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ଶୁଭ କାନ୍ତ ମହାପାତ୍ର, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖାଡେଙ୍ଗା, ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ସାହୁ, ଛାତ୍ର ନେତା ଅମିତ୍ କୁମାର ଦାସ ପ୍ରମୁଖ ଯୋଗ ଦେଇ ରାଜ୍ୟ ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦ ରେ ଛାତ୍ର ଏବଂ ଯୁବ ଗୋଷ୍ଠୀ ଏହି ପ୍ରତିବାଦ ସଭାକୁ ସଫଳ କରିବାକୁ ଆହ୍ଵାନ ଦେଇଥିଲେ।

Leave A Reply

Your email address will not be published.