ପ୍ରଥମ ବର୍ଷାରେ ଧୋଇଗଲା ଜୁନାନି ରାସ୍ତା ଏବଂ କଲଭର୍ଟ

3

 

ନିମ୍ନ ମାନର କାର୍ଯ୍ୟପାଇଁ ହନ୍ତସନ୍ତ ଗ୍ରାମବାସୀ

ଜମନକିରା(ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପିଡ଼ବ୍ଲୁଡ଼ି ରାସ୍ତା ଠାରୁ ରେଙ୍ଗାଲବେଡା ଭାୟା କଲାପାଟ ଜୁନାନୀ ଦେଇ ଏକଅରଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ୪,୨୭,୭୦,୭୯୯ ଟଙ୍କା ଅଟକଳରେ ନିର୍ମାଣ ହେଉଥିବା ଏହି ନୂତନ ରାସ୍ତା ଏବଂ ରାସ୍ତାରେ ନିର୍ମାଣ ହୋଇଥିବା କଲଭଟ ପ୍ରଥମ ବର୍ଷାରେ ଧୋଇ ହୋଇଯାଇଛି ଯାହା ଫଳରେ ରାସ୍ତା ଏବଂ କଲଭଟ ର ସ୍ଥାଇତ୍ୱକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଗ୍ରାମବାସୀ ବିଭିନ୍ନ ସମୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଠିକ ଭାବେ କରିବାକୁ ଠିକାଦାରଙ୍କୁ କହିଆସୁଥିଲେ ମଧ୍ୟ ଏହା ସମ୍ଭବ ହୋଇପାରୁନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି। ଗୋଟିଏ ପଟେ ଦୀର୍ଘ ବର୍ଷ ର ଏହି ରାସ୍ତା ନିର୍ମାଣ ଦାବି ପୂରଣ ହେଉଥିବା ଯୋଗୁଁ ଗ୍ରାମ ବାସୀଙ୍କ ମନରେ ଖୁସି ଥିବା ବେଳେ ବର୍ତମାନ ପହିଲା ବର୍ଷାରେ ଏଭଳି ପରିସ୍ଥିତି ଦେଖି ଗ୍ରାମବାସୀ ନିରାଶ ହୋଇ ପଡ଼ିଛନ୍ତି। ଗ୍ରାମ ବାସି ଫୁଲ ଏକ୍କା ଙ୍କ କହିବା ଅନୁଯାଇ ଗ୍ରାମ ରେ ନିର୍ମାଣ ହେଉଥିବା ରାସ୍ତା ଠିକ ଭାବେ ହୋଇନାହିଁ ରାସ୍ତାର ଉଭୟ ପଟ ଉଚ୍ଚତା ଅଧିକ ଥିବାରୁ ବର୍ଷା ପାଣି ରାସ୍ତା ରେ ବହୁଛି ଏବଂ ରାସ୍ତା ଧୋଇ ହୋଇଛି ଏପରିକି ରାସ୍ତାରେ ନିର୍ମାଣ ହୋଇଥିବା ଗୋଟିଏ କଲଭଟ ମଧ୍ୟ ଧୋଇ ଯାଇଥିବା ବେଳେ ଏହାକୁ ସୁଧୁରା ନଗଲେ ଅନ୍ୟ ତିନୋଟି କଲଭଟ ମଧ୍ୟ ଧୋଇ ହୋଇ ଯିବ। ସେହିପରି ଗ୍ରାମବାସୀ କୁଶ ଗଢ଼େଇ ଙ୍କ କହିବା ଅନୁଯାଇ ଆମେ ଗ୍ରାମ ବାସି ଏଠାରେ ୮୦ ବର୍ଷ ରୁ ବସବାସ କରୁଛୁ ଏଠାରେ ପାହାଡ଼ ପାଣି କୋଉ ବାଟ ଦେଇ ଆସେ ଆମକୁ ଜଣା ହେଲେ ଠିକାଦାର ମନ ଇଚ୍ଛା କଲଭଟ ନିର୍ମାଣ କରି ଦେଇଛି ଯାହାଫଳର ତିନୋଟି କଲଭଟ ଭାଙ୍ଗିବା ଥୟ ଆପଣ ଦେଖିବେ ଆଗାମୀ ବର୍ଷାରେ ରାସ୍ତା ଓ କଲଭଟ ଅବସ୍ଥା କଣ ହେବ କଲଭଟ ନିର୍ମାଣ ପୂର୍ବରୁ ଗ୍ରାମବାସୀଙ୍କୁ ଜଣାଇ ପଚରା ଉଚରା କରିବା କଥା ହେଲେ ଆମ ବାରଣ ସତ୍ୱେ ଠିକା ଦାରଙ୍କ ମୁନସୀ ଆମ କଥା ବୁଝିବାକୁ ନାରାଜ। ସେହିପରି ଗ୍ରାମବାସୀ ସିମଲନ ଟେଟେ ଙ୍କ କହିବା ଅନୁଯାଇ ଠିକାଦାର କେବଳ ପାଇପ ପକେଇ କଲଭଟ ନିର୍ମାଣ କରିଦେଇଛି। ପୂର୍ବରୁ ବଡ ବଡ ଦୁଇ ଟି ପାଇପ ଥିବା ସତ୍ୱେ ବର୍ଷା ମାସରେ ପାହାଡ଼ ପାଣି ରାସ୍ତା ଉପରେ ଯାଉଥିଲା ଓ ରାସ୍ତା ଭାଙ୍ଗିଯାଉଥିଲା ହେଲେ ବର୍ତମାନ ଛୋଟିଆ ଛୋଟିଆ କେବଳ ଗୋଟିଏ ଗୋଟିଏ ପାଇପ ପକାଇ କଲଭଟ ନିର୍ମାଣ କରାଯାଇଛି ହେଲେ ତାର ପରିଣାମ ଆପଣ ପହିଲା ବର୍ଷାରେ ଦେଖିବାକୁ ପାଇଲେ ଆଗୁକୁ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳିବ। ଯଦି କଲଭଟ ସ୍ଥାନରେ ତିନୋଟି ଛୋଟିଆ ଛୋଟିଆ ବ୍ରିଜ଼ ନିର୍ମାଣ କରାଯାଏ ତାହେଲେ ରାସ୍ତା ରହିବ ନହେଲେ ପ୍ରତିବର୍ଷ ଏଭଳି ବର୍ଷା ରେ ଧୋଇ ହୋଇଯିବ ବୋଲି କହିଥିଲେ। ଏଣୁକରି ଅର ଡ଼ି ବିଭାଗୀୟ ଅଧିକାରୀ ଏ ସମ୍ବନ୍ଧରେ ଗ୍ରାମକୁ ଯାଇ ଉଚିତ ପଦକ୍ଷେଫ ନିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.