ଦଳିତ ବିକାଶ ସଭାପତି ଶଙ୍କର ଦାସଙ୍କ ପ୍ରୟାସରେ ଦଳିତ ଅଧିବାସୀଙ୍କୁ ମିଳିଲା ବାସସ୍ଥାନ

3

ଜଗତସିଂହପୁର,ତା-୨୪.୦୬.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତ ବାଲିଘାଇ ଗ୍ରାମରେ ଦୀର୍ଘ ପଚାଶ ବର୍ଷରୁ ଉଦ୍ଧ ହେବ ଷୋହଳ ଦଳିତ ପରିବାର ଅନାବାଦୀ ଜାଗାରେ ସ୍ଥାୟୀ ବସ‌ତି ସ୍ଥାପନ କରି ରହିଆସୁଥିଲେ | ସେହି ଗ୍ରାମର ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି ଉକ୍ତ ଜାଗାଟିକୁ ନିଜ ନାମରେ କରିନେବା ଦ୍ବାରା ଜିଲ୍ଲା ପ୍ରଶାସନିକ ଅଧିକାରୀ ଜଗତସିଂହପୁର ତହସିଲଦାରଙ୍କ ଜରିଆରେ ରାତି ଅଧରେ ଷୋହଳ ଦଳିତ ପରିବାରର ଘର ଦ୍ବାର ବଳ ପୂର୍ବକ ଭାଙ୍ଗି ଉଚ୍ଛେଦ କରିଥିଲେ |ଷୋହଳ ଦଳିତ ପରିବାର ବାସହରା ହୋଇ ଗ୍ରାମଦଣ୍ଡାରେ ଅସ୍ଥାୟୀ କୁଡ଼ିଆ ନିର୍ମାଣ କରି ରହୁଥିଲେ | ଜଗତସିଂହପୁର ଦଳିତ ବିକାଶ ପରିଷଦ ଜିଲ୍ଲା ସଭାପତି ଶଙ୍କର ଦାସଙ୍କ ଉଦ୍ୟମ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ କରାଯିବା ସହିତ ଘଟଣା ସମ୍ପର୍କ ରେ ରାଜ୍ୟ ମାନବ ଅଧିକାର କମିଶନ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା | କମିଶନ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଷୋହଳ ଭୂମିହୀନ ଦଳିତ ପରିବାର ଙ୍କୁ ବସୁନ୍ଧରା ଯୋଜନାରେ ଘର ଢ଼ିହ ଏବଂ ପଟା ଯୋଗାଇ ଦେବାକୁ ଜିଲ୍ଲାପାଳ ଜଗତସିଂହପୁର ତହସିଲଦାର ଙ୍କୁ ନିର୍ଦେଶ ଦେବା ପରେ ଦଳିତ ବସ୍ତି ର ଆବାଳ ବୃଦ୍ଧ ବନିତା ଙ୍କ ଖୁସି କହିଲେ ନ ସରେ । ବର୍ତ୍ତମାନ ତହସିଲ କାର୍ଯ୍ୟଳୟ ତରଫରୁ ଉକ୍ତ ଗ୍ରାମରେ ଜମି ଦେବାକୁ ସର୍ଭେ କାମ ଚାଲିବା ସହ ଆଜି ରାଜ୍ୟ ଭୋଇ ସମାଜର କର୍ମକର୍ତା ଆସି ସେ ସ୍ଥାନ ପରିଭ୍ରମଣ କରିଛନ୍ତି l

Leave A Reply

Your email address will not be published.