ତୁର୍ଲା ଗାଁ ନିକଟରେ ବନ ବିଭାଗ ର ଚଢାଉ : କେନ୍ଦୁ କାଠ ବୋଝେଇ ଟ୍ରାକ୍ଟର ଜବତ, ଜଣେ ଗିରଫ

3

ଖପ୍ରାଖୋଲ ୨୪/୬(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ବନ ବିଭାଗ ରେଞ୍ଜ ଅଧୀନ ତୂର୍ଲା ଗାଁ ନିକଟରେ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଚଢାଉ କରି କେନ୍ଦୁ କାଠ ବୋଝେଇ ଏକ ଟ୍ରାକ୍ଟର ଜବତ କରିବା ସହିତ ଜଣକୁ ଗିରଫ କରିଥିବା ଜଣାଯାଇଛି। ସୁଚନା ଅନୁସାରେ ବନ ବିଭାଗ କୌଣସି ସୂତ୍ର ରୁ ଖବର ପାଇ ଏ ସି ଏଫ୍ ତଥା ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକ ଙ୍କ ନେତୃତ୍ୱ ରେ ତୁର୍ଲା ଗାଁ ନିକଟରେ ଚଢାଉ କରିଥିଲେ। ଚଢାଉ ବେଳେ କେନ୍ଦୁ କାଠ ବୋଝେଇ ଏକ ନମ୍ୱର୍ ବିହୀନ ଟ୍ରାକ୍ଟର ଜବତ କରିଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଫେରାର ମାରିଥିବା ବେଳେ କାଠ ଚାଲାଣ ରେ ସହଯୋଗ କରିଥିବା ଅଭିଯୋଗ ରେ ତୁର୍ଲା ଗାଁ ର ମନିଲାଲ ଛତର (୪୭)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଳି ରେଞ୍ଜ ଅଧିକାରୀ ନାଏକ ପ୍ରକାଶ କରିଛନ୍ତି। ଏନେଇ ହରିଶଙ୍କର ରେଞ୍ଜ ଓ ଆର କେସ ନମ୍ବର ୧୨୭/୨୦୨୫-୨୬ ରେ ଏକ ମାମଲା ରୁଜୁ କରିଥିବା ବେଳେ ୨୮ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ ହୋଇଥିବା ଜଣାଯାଇଛି। ଚଢାଉ ବେଳେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ଖପ୍ରାଖୋଲ ବନପାଳ ସୁଧୀର ଜେନା, ବିପିନ ସାହୁ, ବନରକ୍ଷୀ ରାଜେନ୍ଦ୍ର ଧରୁଆ,ସଞ୍ଜୀବ ପାଧନ ସହିତ ପାରା କର୍ମଚାରୀ ସାମିଲ ଥିଲେ।

Leave A Reply

Your email address will not be published.