ଜଗତସିଂହପୁର,ତା-୨୨.୦୬.୨୦୨୫/ସୁମନ୍ତ କୁମାର ଦାସ: ସଦର ବ୍ଲକ ପୁରୁଣାଗଡ଼ ସ୍ଥିତ ପ୍ରଫୁଲ୍ଲ ପାଠାଗାର ଠାରେ ଆଜି ସୁସାହିତ୍ୟିକ ତଥା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ର ପୂର୍ବତନ ଚ୍ୟାରମ୍ୟାନ ସ୍ବଦେଶ ସୁନ୍ଦର ପଟ୍ଟନାୟକ ଙ୍କ ଗଳ୍ପ ପୁସ୍ତକ “ବୃତ୍ତାଙ୍କନ “ର ଉନ୍ମୋଚନ ଓ଼ ସମୀକ୍ଷା ଅନୁଷ୍ଠିତ ହୋଇଯାଇଚ୍ଛି l ରବିନ୍ଦ୍ର ନାଥ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ନିଜେ ଗାଳ୍ପିକ ସ୍ବଦେଶ ସୁନ୍ଦର ପଟ୍ଟନାୟକ ଉପସ୍ଥିତ ରହି ନିଜର ଅନୁଭୂତି ଓ଼ ପୁସ୍ତକଟିର ପ୍ରଚ୍ଛଦ ପଟ୍ଟର ଉଦ୍ଧେଶ୍ୟ ବିଷୟରେ ଆଲୋକ ପାତ କରିଥିଲେ l ସମୀକ୍ଷକ ଭାବେ କିସ ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପିକା ନିବେଦିତା ମହାନ୍ତି,ସ୍ୱାମୀ ବିବେକାନନ୍ଦ ସ୍ଵଂୟ ଶାସିତ କଲେଜ ର ଅଧକ୍ଷ ଡ଼ଃ ବିଜୟ ବିଶ୍ୱାଳ,ଓଡ଼ିଆ ଅଧ୍ୟାପକ ଡ଼ଃ ଶରତ ଚନ୍ଦ୍ର ମହାରଣା,ବିଜୁ ପଟ୍ଟନାୟକ କଲେଜର ଓଡ଼ିଆ ଅଧ୍ୟାପକ ବିପିନ ପାତ୍ର,ପୂର୍ବତନ ଆୟକର କମିଶନର ପ୍ରସନ୍ନ ଦାଶ ଆଦି ପୁସ୍ତକ ରେ ସନ୍ନିବେଷିତ ବିଭିନ୍ନ ଗଳ୍ପ ଉପରେ ବିସ୍ତୃତ ସମୀକ୍ଷା କରି ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ କାଳଜୟୀ ଲେଖକ ଓ଼ ମା ମାଟି କୁ ଭଲପାଉଥିବା ବେକ୍ତିତ୍ୱ ବୋଲି ଅଭିମତ ରଖିଥିଲେ l ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଓ଼ ରବୀନ ଖଣ୍ଡାୟତରାୟ ପରିଚାଳନା କରିଥିଲା ବେଳେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ଅତିଥି ପରିଚୟ ଏବଂ ସମ୍ପାଦକ ସୁରେନ୍ଦ୍ର ରାୟ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସତ୍ୟବାଦୀ ଦାସ, ଅଭାକାନ୍ତ ମହାନ୍ତି,ରମେଶ ସାହୁ,ରମାକାନ୍ତ ସାମନ୍ତରାୟ,ସଞ୍ଜୟ ସାମନ୍ତସିଂହାର,ପ୍ରାତପ ରାଉତରାୟ,ରାମଚନ୍ଦ୍ର ଆଚାର୍ଯ୍ୟ,ଚନ୍ଦ୍ରଶେଖର ରାୟ,ନିମାଇଁ ତ୍ରିପାଠୀ ଓ଼ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଉତ୍ସବ ଟିକୁ ସରସ ସୁନ୍ଦର କରିଥିଲେ l
Sign in
Sign in
Recover your password.
A password will be e-mailed to you.