ଜିଲ୍ଲା ସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ସଦର ମହକୁମା ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ଜିଲ୍ଲା ଅବକାରୀ ବିଭାଗ ଓ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଆଜିର ଏହି ଯୋଗ ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ।
ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟ ବସ୍ତୁ ରହିଥିଲା “ଏକ ପୃଥିବୀ , ଏକ ସ୍ଵାସ୍ଥ୍ୟ ” ପାଇଁ ଯୋଗ ନିୟମିତ ଯୋଗ କରନ୍ତୁ , ସୁସ୍ଥ ରହନ୍ତୁ। ଏହି ବିଷୟ ଉପରେ ଜିଲ୍ଲାପାଳ ଅବଗତ କରାଇ ଥିଲେ ଯେ ଯୋଗ କରିବା ଦ୍ୱାରା – ଶାରୀରିକ , ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ କରାଇବାରେ ଅନେକ ସାହାର୍ଯ୍ୟ କରେ , ଯୋଗ ଅଭ୍ୟାସ ପରେ ସମସ୍ତଙ୍କୁ ଦୈନିକ ଯୋଗ କରାଇବା ନିମନ୍ତେ ଶପଥ ପାଠ କରାଇ ସମସ୍ତଙ୍କୁ ଦିଗ ଦର୍ଶନ ଦେଇଥିଲେ।
ଅନ୍ୟ ଅତିଥି ଗଣ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଏହାର ଆବଶ୍ୟକତା କିଭଳି ଅପରିହାର୍ଯ୍ୟ ତାହା ନିଜ ବକ୍ତବ୍ୟରେ ଅବଗତ କରାଇ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବାକୁ କହିଥିଲେ। ଏହି ଯୋଗ ଦିବସରେ ସମସ୍ତ ଅତିଥି ମାନଙ୍କ ଗହଣରେ ସ୍ଥାନୀୟ ଜନ ସାଧାରଣ , ଲୋକ ପ୍ରତିନିଧି , ପ୍ରଶାସନିକ ଅଧିକାରୀଙ୍କୁ ଯୋଗ ପ୍ରଶିକ୍ଷକ ପ୍ରମୁଖ ଯୋଗ ଦାନ କରି ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ସେହିପରି ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳ ଗୁଡ଼ିକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଅଛି।
ଏହି କାର୍ଯ୍ୟ କ୍ରମରେ ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ , ଭାରପ୍ରାପ୍ତ କ୍ରୀଡ଼ା ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ଲାବେନ୍ଦୁ ମୋହନ୍ତି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଷାଣୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ତହସିଲଦାର ଶ୍ରୀ ନାରାୟଣ ବେହେରା ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ଲୋକ ପ୍ରତିନିଧି , କ୍ରୀଡ଼ାବିତ , ସାମ୍ବାଦିକ ଓ ସ୍ଥାନୀୟ ଜନ ସାଧାରଣ ଏଥିରେ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.