ପାରଳାଖେମୁଣ୍ଡି /ବାଳାକୃଷ୍ଣ ପାଣିଗ୍ରାହୀ : ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ଦ୍ବାରା କାର୍ଯକାରୀ ହେଉଥିବା “ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ” ତଥା “ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ” ସରକାରଙ୍କ ଏକ ଅଭିନବ ପ୍ରୟାସ ଅଟେ।
ଓଡିଶା ସରକାରଙ୍କ ଏବେ ଚାଲିଥିବା ବିକାଶ ମେଳା ଅବସରରେ ବିକାଶ ରଥ ଗଜପତି ଜିଲ୍ଲାରେ ଭ୍ରମଣ କରୁଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ସମ୍ପ୍ରଦାୟଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ କରିବା। ସେମାନେ କିଭଳି ସରକାରଙ୍କ ଦ୍ୱାରା ପ୍ରଦତ୍ତ ଯୋଜନା ଗୁଡିକରେ ଲାଭବାନ ହୋଇ ନିଜକୁ ମୁଖ୍ୟ ସ୍ରୋତରେ ସାମିଲ କରି ପାରିବେ ଏହା ଉପରେ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ବ୍ଲକ ସ୍ତରରେ ଜନ ସମାବେଶ ଆୟୋଜନ କରାଯାଇ ଯେଉଁମାନଙ୍କ ପାଖରେ ସରକାରଙ୍କର ସୁବିଧା ସୁଯୋଗ ପହଂଚି ପାରିନି ସେମାନଙ୍କୁ ଅତି ସହଜରେ ଓ ସୁବିଧାରେ ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ କରାଯାଉଛି।
ଦଶ ଦିନ ମଧ୍ୟରେ ୨୦୫ ଜଣ ରାସନ କାର୍ଡ ରେ ଅନ୍ତଭୂକ୍ତ ହୋଇଥିବା ବେଳେ ଆଧାର କାର୍ଡ ରେ ଅନ୍ତଭୂକ୍ତ ହୋଇଛନ୍ତି ୬୦ ଜଣ। ଆୟୁଷ୍ମାନ ଭାରତ ରେ ୩୩୭ ଜଣ , ପି.ଏମ୍ କିଶାନ ରେ ୫୬ ଜଣ , ପି.ଏମ ଉଜ୍ଵଳା ଯୋଜନାରେ ୭ ଜଣ , କିଶାନ କ୍ରେଡିଟ୍ କାର୍ଡ ରେ ୧୦୯ ଜଣ , ଜବ କାର୍ଡ ରେ ୧୧୫ ଜଣ , ପି.ଏମ୍ ବିଶ୍ଵକର୍ମା ରେ ୨ ଜଣ , ମାତୃବନ୍ଦନା ଯୋଜନାରେ ୮ ଜଣ ବ୍ୟକ୍ତିବିଶେଷ ଙ୍କ ନାମ ପଞ୍ଜୀକରଣ କରାଯାଇଛି।
ଜଙ୍ଗଲ ଜମି ପଟ୍ଟା ଗୋଷ୍ଠୀଗତ ଭାବରେ ୫୯ ଟି, ବ୍ୟକ୍ତିଗତ ଭାବେ ୨୨ ଟି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ତହସିଲ ତରଫରୁ ୧୬୬ ଜଣ ଙ୍କୁ ବାସିନ୍ଦା ପ୍ରମାଣପତ୍ର , ୧୨ ଜଣ ଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି, ବିଭିନ୍ନ ବ୍ୟାଙ୍କ ତରଫରୁ ଜନଧନ ଯୋଜନାରେ ୨୬ ଜଣ ଙ୍କୁ ପଞ୍ଜୀକରଣ କରାଯାଇ ଅନ୍ତର୍ଭୁକ୍ତ କରାଯାଇଛି ତଥା ୨୮୮ ଜଣଙ୍କର ସିକେଲ ସେଲ ପରୀକ୍ଷା କରାଯାଇଛି।
ଏଇ କିଛି ଦିନ ଭିତରେ ଅନେକ ଜନଜାତି ସମ୍ପ୍ରଦାୟ ର ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ସହ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି ଏବମ ଏହା ସମ୍ଭବ ହୋଇପାରିଛି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ର ପ୍ରକଳ୍ପ ପ୍ରଶାସକଙ୍କ ବଳିଷ୍ଠ ନେତୃତ୍ବ ଦ୍ବାରା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗଜପତି ରେ ଜନଜାତି ବର୍ଗଗଣ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା କୁ ଏହାର ବିକାଶ ଅଭିମୁଖୀ ଯୋଜନା ଗୁଡିକ ପାଇଁ ଭୂୟସୀ ପ୍ରଶଂସା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post