କେନ୍ଦୁଝର, ତା୨୦/୬- ବହୁ ବାଦ ବିବାଦ ଆନ୍ଦୋଳନ ପରେ କାଲି କେନ୍ଦୁଝର ପୋଲିସ ତେନ୍ତଳାପଶିର ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସ୍ଥାନୀୟ ଅଂଚଳରୁ ଚାରିଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସ୍ପଷ୍ଟ ଦୁଷ୍କର୍ମ ଓ ହତ୍ୟା ବୋଲି ଜଣା ପଡୁଥିଲେ ମଧ୍ୟ ସ୍ଥାନୀୟ ପଣ୍ଡାପଡା ଥାନା ପୋଲିସ ଏହି ଅପରାଧୀଙ୍କୁ ଗିରଫ ନକରି ପଚରାଉଚରା କରୁଥିଲା ତେଣୁ ପୀଡ଼ିତା ପରିବାର ଅତି ଭୟଭୀତ ହୋଇ ପଡ଼ିଥିଲେ। କେନ୍ଦୁଝର ପୋଲିସ ହତ୍ୟା ଦଫା ୩୦୨ ଲାଗିଥିଲେ ମଧ୍ୟ ବହୁ ଚର୍ଚ୍ଚିତ ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲାରେ ୨ ବର୍ଷ ବିତିଥିଲେ ମଧ୍ୟ ଚାର୍ଜସିଟ ଦେଇ ପାରିନାହିଁ ଓଲଟି ହତ୍ୟା ଆରୋପୀ ବୁଲୁଛି ଯାହା ପୋଲିସର ପାରିବାପଣିଆ ଦର୍ଶାଉଛି। ତେଣୁ କେନ୍ଦୁଝର ପୋଲିସ୍ ଆଉ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ସାଧାରଣରେ ଅଶାନ୍ତି ରହିଛି । ତେବେ ବିରୋଧୀ ଦଳ ମାନେ କଂଗ୍ରେସ ତରଫରୁ ତୁହାକୁ ତୁହା ତେନ୍ତଳାପଶି ଗସ୍ତ କରି କେନ୍ଦୁଝର ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲା। ସେହିପରି ଜିଲ୍ଲା ବିଜେଡି ମଧ୍ୟ ଦଳ ବଳ ସହ ଏହି ଘଟଣାକୁ ନିନ୍ଦା କରି ଅପରାଧୀଙ୍କୁ ଧରିବାକୁ ଦାବି ରଖିଥିଲା। ତେଣୁ ବାଧ୍ୟ ହୋଇ କେନ୍ଦୁଝର ପୋଲିସ ସ୍ଥାନୀୟ ଅଂଚଳରୁ ଚାରି ଅପରାଧୀଙ୍କୁ ଧରି ଆଦିବାସୀ ନାବାଳିକା ହତ୍ୟା ଗଣ ଦୁଷ୍କର୍ମ ପରି ସଂଗୀନ ୭୦(୨),୧୦୩(୧) ଆଦି ଦଫା ଲଗାଇ ଏମାନଙ୍କୁ ଅଦାଲତ ଚାଲାଣ କରାଯାଇଛି। ଏମାନେ ହେଲେ ବଡ଼ କମଣ୍ଡରା ଗ୍ରାମର ସାଗର ନାଏକ, ପିଙ୍କୁ(୧୯), ବିକାଶ ନାଏକ,ରାଜା (୧୯), ସୁଜିତ ନାଏକ, ଜିତୁ (୨୭) ଏବଂ ସାନ କମଣ୍ଡରା ଗ୍ରାମର ମୂରଲୀ ସାହୁ,ନିତି(୪୨)। ଏମାନଙ୍କ ନାମରେ ଆଗରୁ ମଧ୍ୟ ପୋଲିସ ପାଖରେ ଅଭିଯୋଗ ଥିଲା ଜଣେ ଜଣକ ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ନେଇ ପଳାଇ ଥିଲା ମାଲିକ ଅଭିଯୋଗ ପରେ ମଧ୍ୟ କିଛି ହୋଇନଥିଲା। ଏମାନଙ୍କ ସାହସ ତେଣୁ ବଢ଼ି ଯାଇଥିଲା ଗାଁ ଛକରେ ସବୁବେଳେ ଉତ୍ପାତ କରନ୍ତି। ଏବେ ପୋଲିସ ଜଲଦି ଚାର୍ଜ ସିଟ ଦେଇ ଫାଷ୍ଟ ଟ୍ରାକ କୋର୍ଟରେ ଏମାନଙ୍କୁ ଫାଶୀ ଦେବା ବ୍ୟବସ୍ଥା କରୁ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.