ଆଦିତ୍ୟ ଅଲୁମିନା ରିଫାଇନେରୀ ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣ ବର୍ଜନ ସଂକ୍ରାନ୍ତୀୟ ବିଷୟବସ୍ତୁକୁ ନେଇ ମାସକ ବ୍ୟାପି ସଚେତନତା ଅଭିଯାନ ଶୁଭାରମ୍ଭ

2

କାଶୀପୁର ରୁ ବୈକୁଣ୍ଠ ଦୁରିଆ : 19-06-2025 – ପରିବେଶ ସୁରକ୍ଷା, ସ୍ଥାୟିତ୍ଵ ଓ ସ୍ଥାନୀୟ ଅଞ୍ଚଳରେ ଜନକଲ୍ୟାଣକାରୀ କାର୍ଯ୍ୟ ସ୍ଵରୂପ ଆଦିତ୍ୟ ଅଲୁମିନା ରିଫାଇନେରୀ ତରଫରୁ ଆଜି “ପ୍ଲାଷ୍ଟିକ ପ୍ରଦୂଷଣକୁ ବର୍ଜନ” ସମ୍ପର୍କିତ ବିଷୟବସ୍ତୁକୁ ନେଇ ମାସକ ଯାକ ସଚେତନତା ଅଭିଯାନ ଶୁଭାରମ୍ଭ ହୋଇଯାଇଛି । ପ୍ଲାଷ୍ଟିକ ବ୍ୟବହାର କୁପରିଣାମ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ପରିବେଶ ସୁରକ୍ଷା ନିର୍ଦ୍ଦେଶାବଳୀକୁ ଅନୁସରଣ ପାଇଁ ଉତ୍ସାହିତ କରିବା ନେଇ ଏହି ଅଭିଯାନର ଉଦ୍ଦେଶ୍ୟ ରହିଛି। ଏହି ଅଭିଯାନକୁ ମୁକ୍ତାଦେବୀ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି।

ଉକ୍ତ ସଚେତନତା ଅଭିଯାନକୁ ଆନୁଷ୍ଠାନିକ ଭାବେ ଆଜି ଉଦ୍ଘାଟନ କରାଯାଇଛି । ଏଥିସହତ ଏହି ଅବସରରେ ଏକ ସଚେତନତା ଯାନ ଶୁଭାରମ୍ଭ କରାଯାଇଛି । ଉକ୍ତ ଯାନ ଦ୍ଵାରା ସ୍ଥାନୀୟ ଗ୍ରାମଗୁଡିକରୁ ଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହ ଗ୍ରାମବାସୀଙ୍କୁ ସଚେତନ ନିମନ୍ତେ ଏକ ପାରମ୍ପାରିକ ନାଟକ ଦଳ ଦ୍ୱାରା ପଥପ୍ରାନ୍ତ ନାଟକ ପ୍ରସ୍ତୁତ କରାଯିବ। ଏହି ସଚେତନତା ଯାନ ୩୬ଟି ପାର୍ଶ୍ୱବର୍ତ୍ତୀ ଗ୍ରାମରେ ଯାତ୍ରା କରି, ପ୍ଲାଷ୍ଟିକ ମୁକ୍ତ ଜୀବନ, ବର୍ଜ୍ୟବସ୍ତୁ ମୁକ୍ତ ପରିବେଶ ଓ ପ୍ଲାଷ୍ଟିକ ବିକଳ୍ପ ବିଷୟରେ ସଚେତନତା ବାର୍ତ୍ତା ପ୍ରସାର କରାଯିବ।

ଉକ୍ତ ଅଭିଯାନକୁ ଅଧିକ ଆକର୍ଷଣୀୟ ଓ ପ୍ରଭାବଶାଳୀ ପାଇଁ ପ୍ରତ୍ୟେକ ଗ୍ରାମରେ ନୁକ୍କଡ଼ ନାଟକ ଆୟୋଜନ କରାଯିବ । ଏହାଦ୍ବାରା ଗ୍ରାମବାସୀଙ୍କୁ ପଥପ୍ରାନ୍ତ ନାଟକ ଜରିଆରେ ପ୍ଲାଷ୍ଟିକ ଆବର୍ଜନା ବର୍ଜନ ପାଇଁ ଲୋକଙ୍କୁ ଶିକ୍ଷା ଓ ପ୍ରେରଣା ପ୍ରଦାନ କରାଯିବ।

ଏହି ଅବସରରେ ଆଦିତ୍ୟ ଅଲୁମିନା ରିଫାଇନେରୀ ମୁଖ୍ୟ ତଥା ଅଧ୍ୟକ୍ଷ ମଜହର ବେଗ ନିଜ ବାର୍ତ୍ତାରେ କହିଛନ୍ତି: “ଏହି ଅଭିଯାନ ଏକ ସଂବେଦନଶୀଳ ସମାଜ ଗଠନ ପାଇଁ ଏବଂ ସୁସ୍ଥ, ପରିମଳ, ସବୁଜ ଓ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅଞ୍ଚଳବାସୀଙ୍କ ସହଯୋଗକ୍ରମେ ଏକ ନିରାପଦ ଭବିଷ୍ୟତ ପାଇଁ କାରଖାନା ତରଫରୁ ଏହା ପ୍ରୟାସ କରାଯାଇଛି ବୋଲି ଶ୍ରୀ ବେଗ ଉଲ୍ଲେଖ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କୌଶିକଶରଣ ମିଶ୍ର; ଉପାଧ୍ୟକ୍ଷ, ଦୀପକ ମହାନ୍ତି ; ମାନବ ସମ୍ବଳ ମୁଖ୍ୟ, ବସୁଦେବ ଖୁଣ୍ଟିଆ;ଆର୍ଥିକ ବିଭାଗ ମୁଖ୍ୟ, ବ୍ରିଗେଡିଅର ବିଗ୍ନେଶ ମହାନ୍ତି ; ଅ୍ୟାଡମିନ୍ ଓ ସୁରକ୍ଷା ବିଭାଗ ମୁଖ୍ୟ ଓ ତନ୍ମୟ ମହାନ୍ତି; ସିଏସଆର୍ ବିଭାଗ ମୁଖ୍ୟ ସମେତ ଆଦିତ୍ୟ ଅଲୁମିନା ରିଫାଇନେରୀର କର୍ମଚାରୀମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ମୁକ୍ତାଦେବୀ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ନାଗେଶ୍ୱର ଖୋସଲା, ଟ୍ରଷ୍ଟି ସଦସ୍ୟ ଓ ସ୍ଵେଚ୍ଛାସେବୀ ସ‌ହିତ ଅନ୍ୟମାନେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ବ ସ୍ଥାନୀୟ ଅଞ୍ଚଳ ଲୋକେ, କର୍ମଚାରୀ, ଗାଁ ମୁଖ୍ୟା ଓ ସ୍ଵେଚ୍ଛାସେବୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.