ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ , ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀର ସାମୁହିକ ଟେବୁଲ ଟପ ଏକ୍ସରସାଇଜ ଅଭ୍ୟାସ

2

 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସଂଯୋଜକ ଶ୍ରୀ ସୁଭଦ ନାୟକ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଜଗନ୍ନାଥ ପାଢ଼ୀ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଥିଲା ରାଜ୍ୟରେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା , ବାତ୍ୟା , ଭୂସ୍ଖଳନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧରଣଙ୍କ ଧନ ଜୀବନକୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା।
ଗଜପତି ଜିଲ୍ଲାକୁ ବିପର୍ଯୟ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ , ବ୍ଲକ ସ୍ତରୀୟ ଓ ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀ ମାନଙ୍କର କାର୍ଯ୍ୟଦକ୍ଷତା ସଠିକ ଭାବେ କାର୍ଯ୍ୟକ୍ରମ କରାଇବା ଏହି ଉଦ୍ଦେଶ୍ୟ।
ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀ ସମ୍ଭାବ୍ୟ ବିପର୍ଯ୍ୟୟକୁ ସମ୍ମୁଖୀନ ହେବା ପୂର୍ବରୁ ଏହାର ମୁକାବିଲା କରିବା ପୂର୍ବରୁ ଏହାର ମୁକାବିଲା ପାଇଁ ବ୍ୟାପକ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରିବା ସହିତ ପ୍ରଭାବିତ ଜନସାଧରଣଙ୍କୁ ଖାଦ୍ୟ , ଔଷଧ , ପାନୀୟ ଜଳ , ଚୁଡ଼ା , ଗୁଡ଼ ମହଜୁଦ ରଖିବା ସହିତ ଦୁର୍ବଳ ସ୍ଥିତିରେ ଥିବା ନଦୀ ଓ କେନାଲ ବନ୍ଧ ନିର୍ମାଣ ଆଦି ଗୁରୁତ୍ଵ ଦେବା ସହିତ ବିପର୍ଯ୍ୟୟ ପରେ ଥଇଥାନ ପଦେକ୍ଷପକୁ ସଠିକ ଭାବରେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଜିଲ୍ଲାରେ ସାଧାରଣତଃ ସ୍ବାସ୍ଥ୍ୟ , ପ୍ରାଣୀ ଚିକିତ୍ସା , ପାନୀୟ ଜଳ ପରିମଳ ବିଭାଗ , କୃଷି , ଯୋଗାଣ ବିଭାଗ , ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗର ଅଧିକାରୀ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀଙ୍କ ସହିତ ଫୁଙ୍ଖାନୁଫୁଙ୍ଖ ଆଲୋଚନା କରାଯାଇଥିଲା। ଏହା ସବୁ ବିଭାଗର ଅଧିକାରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର ଏବଂ ଅନ୍ୟ ପଦସ୍ଥ ଅଧିକାରୀ ମାନେ କିପରି ନିଜ ନିଜ ବିଭାଗ ଦ୍ଵାରା ଏହାକୁ ପରିଚାଳନା କରିବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏହି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଟେବୁଲ ଟପ୍ ଏକ୍ସରସାଇଜ ବୈଠକରେ ଛତ୍ରପୁର ଓଡ଼୍ରାଫ ଟିମ୍ , ଜିଲ୍ଲା ଅଗ୍ନିଶମ ଟିମ୍ , ସ୍ବାସ୍ଥ୍ୟ ବିଭାଗ , ଶିକ୍ଷା ବିଭାଗ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Leave A Reply

Your email address will not be published.