ପହଣ୍ଡି ଠାରେ ଧାନ କ୍ରୟ କେନ୍ଦ୍ର କୋଠାର ଶିଲାନ୍ୟାସ

0 2

ବିଜେପୁର :- ବରଗଡ଼ ଜିଲ୍ଲା ଅନ୍ତର୍ଗତ ପହଣ୍ଡି ପ୍ୟାକ୍ସ ସୁବିଧାକୁ ଦୃଷ୍ଟିରେ ରଖି ବିଜେପୁର ବ୍ଳକ ଠାରେ ଧାନ କ୍ରୟକେନ୍ଦ୍ରର ସ୍ଥାପନ ହୋଇଛି। ବିଧାୟକ ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶିଲାନ୍ୟାସ କରିଥିଲେ। ପୂର୍ଭ ବିଭାଗ ଅଧୀନସ୍ଥ ଏହାର ଅଟକଳ ମୂଲ୍ୟ ୯୮ ଲକ୍ଷ ୨୩ ହଜାର ଟଙ୍କା ରହିଛି। ଏହି ଅବସରରେ ସମବାୟସମିତି ସ‌ହକାରୀ ନିବନ୍ଧକ ଗୋପାଳ ପୂଷ୍ଠେ, ପ୍ୟାକ୍ସ ସମ୍ପାଦକ ନିର୍ମଳ ଜେନା, ପୂର୍ବତନ ସରପଞ୍ଚ ନିମାଇଁ ଚରଣ ସାହୁ, କମଳାକାନ୍ତ ସାହୁ, ବିଭାଗୀୟ ଯନ୍ତ୍ରୀ ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.