ସୁନ୍ଦରଗଡ଼ ତା 16.06.25 ରିଖ :-ସୁନ୍ଦରଗଡ଼ ପୋୖରାଞ୍ଚଳ ଅନ୍ତର୍ଗତ 13 ନମ୍ବର ୱାର୍ଡ ବାସିନ୍ଦା ସ୍ବର୍ଗତ ସୁରେନ୍ଦ୍ର ନାଥ ସ୍ୱାଇଁ ଓ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ତିନୋଟି ପୁଅ ! ସବା ସାନ ପୁଅ କୈଳାସ କୁମାର ସ୍ୱାଇଁ ଗତ ତିନି ବର୍ଷ ଆଗରୁ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ କୋମାରେ ପୀଡ଼ିତ ଥାଇ ଅନେକ ଖର୍ଚ୍ଚାନ୍ତ ହେଲାପରେ ମଧ୍ୟ୍ୟ ତାଙ୍କ ମୃତ୍ୟୁ ହୋଇଯାଇଛି ! ମଝିଆଁ ପୁଅ ଦିଲିପ କୁମାର ସ୍ୱାଇଁ ଭୁବନେଶ୍ୱରରେ ଏକ କ୍ୟାଣ୍ଟିନରେ କାର୍ଯ୍ୟ କରୁଛନ୍ତି ! ଏଠାରେ ଦୁଃଖିନୀ ମା ବଡ଼ପୁଅ ରାଜେଶ କୁମାର ସ୍ୱାଇଁ, ବୋହୁ ଏବଂ ଗୋଟିଏ ନାତି ସହିତ ରହନ୍ତି ! ରାଜେଶ ସ୍ୱାଇଁ phd କଂଟ୍ରାକଟର ଭାବେ କାମ କରନ୍ତି ସେଥିରୁ ଯାହା କମାନ୍ତି ସେଥିରେ ତାଙ୍କ ପରିବାର ଏବଂ ତାଙ୍କ ମା ହସ ଖୁସିରେ ଚଳିଯାଉଥିଲେ ! କିନ୍ତୁ ତାଙ୍କର ଏହି ଖୁସିରେ ଯେମିତି କାହାର ନଜର ଲାଗିଗଲା ବଡ଼ ପୁଅ ରାଜେଶ ଗତ ଏକବର୍ଷ ହେଲା ପାଟିରେ କର୍କଟ ରୋଗରେ ପୀଡ଼ିତ ଏକୁଟିଆ ମା ରାଜେଶକୁ ଭଲ କରିବା ପାଇଁ ଘରେ ଯାହାଥିଲା ସବୁ ବିକ୍ରିକରି ତାର ଚିକିତ୍ସା କରିବାରେ ସାରିଦେଇଛନ୍ତି ! ବର୍ତ୍ତମାନ ପୁଅର ଚିକିତ୍ସା କରିବା ପାଇଁ ତାଙ୍କୁ ବହୁତ ଅସୁବିଧା ହେଉଥିବାରୁ ବିନା ଚିକିତ୍ସାରେ ପୁଅକୁ ଘରେ ରଖିଛନ୍ତି ! ଏହି ସବୁ ବିଷୟରେ ତାଙ୍କ ପଡ଼ାର ଦୀପକ ଉର୍ମା ଜାଣିବା ପରେ ସାଙ୍ଗେ ସାଙ୍ଗେ ବିଜେଡି ର ବରିଷ୍ଠନେତା ତଥା ବିଧାୟକ ଯୋଗେଶ କୁମାର ସିଂ ଙ୍କ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀଙ୍କୁ ଜଣେଇଥିଲେ ! ଶ୍ରୀ ତ୍ରିପାଠୀ ସବୁ ଜାଣିବା କ୍ଷଣି ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆଙ୍କ ସହିତ ରାଜେଶ ଘରକୁ ଯାଇ ସବୁ ଦେଖି ରାଜେଶର ଚିକିତ୍ସା ପାଇଁ ସାଙ୍ଗେ ସାଙ୍ଗେ ଜିଲ୍ଲା ରେଡ଼କ୍ରସ ଠାରୁ କିଛି ଅର୍ଥ ଏବଂ ସହରର କିଛି ଵଦାନ୍ୟ ବ୍ୟକ୍ତି ସଞ୍ଜୟ ନନ୍ଦ ଏବଂ ରିତେଶ କୁମାର ପଟେଲଙ୍କୁ ସାକ୍ଷାତ କରି ସବୁ ବିଷୟରେ ଜଣେଇ ରାଜେଶର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ଏବଂ ଆଜି ସେଇମାନଙ୍କ ଆର୍ଥିକ ସାହାଯ୍ୟରେ ରାଜେଶକୁ ଉଚ୍ଚତର ଚିକିତ୍ସା ପାଇଁ ତା ମା ସହିତ ଏକ ସରକାରୀ ଆମ୍ବୁଲାନ୍ସରେ କଟକ ଆଚାର୍ଯ୍ୟ ହରିହର କେନ୍ସର ହସ୍ପିଟାଲକୁ ପଠାଗଲା ! ରାଜେଶକୁ ଚିକିତ୍ସା ପାଇଁ ପଠାଯିବା ସମୟରେ ବିଧାୟକ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଦୀପକ ଉର୍ମା, ସମାଜସେବୀ ସଞ୍ଜୟ ପଟ୍ଟନାୟକ,ବୀରେନ୍ଦ୍ର କଳସେର, ଦେବାଶିଷ ସରାଫ, ହେମନ୍ତ ମହାନନ୍ଦିଆ, ସଞ୍ଜୟ ମିଶ୍ର, ମନୋଜ ନାଏକ, ପିଣ୍ଟୁ ସେଠ, ତାପସ ସିଂ ପ୍ରମୁଖ ଉପସ୍ଥିତ ରହି ଶୁଭକାମନା ମନାସି ତାଙ୍କୁ ପଠେଇଥିଲେ !
Sign in
Sign in
Recover your password.
A password will be e-mailed to you.
Prev Post