ବିଶ୍ଵ ରକ୍ତ ଦାନ ଦିବସ ଅବସରରେ ୨୫ ୟୁନିଟ୍ ରକ୍ତ ସଂଗ୍ରହ

0 1

ଜମନକିରା (ଲିପନ ନାଏକ ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍ ଠାରେ ବିଶ୍ଵ ରକ୍ତ ଦାନ ଦିବସ ପାଳିତ ହୋଇଯାଇଛି । ଆଜିର ଦିବସରେ କୁଚିଣ୍ଡା ହସ୍ପିଟାଲ ପରିସରରେ ୨୫ ଜଣ ସ୍ୱେଚ୍ଛା ସେବୀ ରକ୍ତଦାନ କରିଥିଲେ । ଏହି ଅବସରରେ ଗଡସ୍ ପାୱାର ଓ ବ୍ଲେଶିଂସ ମିନିଷ୍ଟ୍ରିର ସଭାପତି ପ୍ରମୋଦ ରୋହିଦାଶଙ୍କ ପୋରହିତ୍ୟ ଓ ଉପଦେଷ୍ଟା ବିମଳ ମେହେରଙ୍କ ପରିଚାଳନାରେ ଆୟୋଜିତ ରକ୍ତ ଦାନ ଶିବିରକୁ ଉପଜିଲ୍ଲାପାଳ ଡ଼ ଗୌରବ ମୟ ପଧାନ ମୁଖ୍ୟ ଅତିଥି, ଏସ ଡି ଏମ ଓ ଡ଼ ସୁବୋଧ ନାୟକ,ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବରେ ଫିତା କାଟି ଉଦଘାଟନ କରିଥିଲେ । ଆୟୋଜିତ ସଂକ୍ଷିପ୍ତ ସଭାରେ ଅତିଥି ଗଣ ଦିବସର ମାହାତ୍ମ୍ୟ ସମ୍ପର୍କରେ କହିବା ସହ ରକ୍ତ ଦାତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଅବସରପ୍ରାପ୍ତ ଟେକ୍ନିସିଆନ ପ୍ରମୋଦ କୁମାର ପଟେଲଙ୍କ ସହ ଅନ୍ୟ ଟେକ୍ନିସିଆନ ମାନେ ରକ୍ତ ସଂଗ୍ରହ କରିଥିଲେ । କୁଚିଣ୍ଡାର ବରିଷ୍ଠ ସାମ୍ବାଦିକ ସଞ୍ଜୟ ମିଶ୍ର, ଗଜେନ୍ଦ୍ର ଭୋଇ ଓ ଲିପନ୍ ନାଏକ ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ପ୍ରତିମା ଘାସି, ଯଶୋଦା ବାଗ, ଅରବିନ୍ଦ ମାଝୀ, ଲିଳିମା ମୁଣ୍ଡା, ପୁନିଆଁ ଟପୋ, ଧନେଶ୍ଵର ନାୟକ, ବାସନ୍ତୀ ମୁଣ୍ଡା, ତ୍ରିପୁରା ସାମନ୍ତ, ଦଶରଥ ପୂର୍ତ୍ତି, ସୁକାନ୍ତି ମୁଣ୍ଡା, ସୁରେଶ ରୋହିଦାସ, ବିଜୟ କୁସୁମ, ସଂକେତ ପଧାନ, ସୁଚିତ୍ରା ବୁଡୁଲା, ସମିତ ମିଞ୍ଜ, ବଜରଙ୍ଗ ନାୟକ, ପ୍ରଦୀପ ବାଗ, ପ୍ରତାପ ବୁଦୂଳ, ଅରୁଣ ମୁଣ୍ଡା, ଘନଶ୍ୟାମ ମଗର, ପ୍ରମୁଖ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମକୁ ମାନସୀ ସିନ୍ଦିରିଆ, ରମେଶ ମେହେର, କୁମୁଦ ବନ୍ଧୁ ବାଘ, ଦିବ୍ୟଜ୍ୟୋତି ମେହେର, ଅଞ୍ଜନା ରୋହିଦାସ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.