ଉତ୍କଳ ଆଲୁମିନା ପକ୍ଷରୁ ବହୁ ସୁବିଧା ବିଶିଷ୍ଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0 1

 ରାୟଗଡା ରୁ ବୈକୁଣ୍ଠ ଦୁରିଆ ; ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପ ତରଫରୁ ବହୁ ସୁବିଧା ବିଶିଷ୍ଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଆଲୁମିନା ବାଫଲିମାଳି ଖଣି ପରିସର ଠାରୁ 7 କିମି ଦୂରତାରେ ଅବସ୍ଥିତ କାଶୀପୁର ବ୍ଲକ ଅଧିନସ୍ଥ ଦୁର୍ଗମ ଚନ୍ଦ୍ରଗିରି ଗ୍ରାମପଂଚାୟତ ମୁଖ୍ୟାଳୟରେ ଏହି ଶିବିର ଆୟୋଜିତ ହୋଇଛି ।

ଏହି ବହୁ ସୁବିଧା ବିଶିଷ୍ଟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରକୁ ଆନୁଷ୍ଠାନିକ ଭାବେ ସ୍ଥାନୀୟ ସରପଞ୍ଚ ସଦେଇ ମାଝୀ, ଖଣି ମୁଖ୍ୟ ବିଜୟ ଚୌହାନ, ଖଣି ସିଏସଆର ବିଭାଗ ମୁଖ୍ୟ ମନୋଜ ଦାସ, ନାଏବ ସରପଞ୍ଚ ଶଙ୍କର ନାଏକଙ୍କ ସମେତ ପୁନର ଉତଥାନ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ଶିବିରକୁ ଆନୁଷ୍ଠାନିକ ଭବେ ଉଦ୍ଘାଟନ କରିଥିଲେ ।

ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ 31 ଟି ଗାଁର 572 ଜଣ ବ୍ୟକ୍ତି ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପରମର୍ଶ ଗ୍ରହଣ କରିଥିଲେ । ଏଥିସହିତ ସ୍ୱାସ୍ଥ୍ୟ ପରୀକୟ ଏବଂ ଡାକ୍ତରୀ ପରାମର୍ଶ ପରେ ଆବଶ୍ୟକତା ଅନୁଯାୟୀ ମାଗଣାରେ ଔଷଦ ବିତରଣ କରାଯାଇଛି । ଏହି ବହୁ ସୁବିଧା ସମ୍ପନ୍ନ ସ୍ୱାସ୍ଥ୍ୟ ଶିବିରରେ ବିଶେଷଜ୍ଞ ଡାକ୍ତର ଯଥା ଆଖି, ସ୍ତ୍ରୀ ରୋଗ ଏବଂ ଚର୍ମ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

ଉତ୍କଳ ଆଲୁମିନା ତରଫରୁ ଦୁର୍ଗମ ଚନ୍ଦ୍ରଗିରି ସମେତ ପାର୍ଶ୍ୱସ୍ଥ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ଖଣି ପାର୍ଶ୍ୱସ୍ଥ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଉତ୍କଳ ଆଲୁମିନା କାରଖାନା ନିଜ ସାମାଜିକ ଦାଇତ୍ୱକୁ ଆହୁରି ସୁଦୃଢ କରୁଥିବା ସ୍ଥଳେ କାରଖାନା ସିଏସଆର ବିଭାଗ ତରଫରୁ ଏଭଳି ପଦକ୍ଷପ ଗ୍ରହଣ କରିଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.