ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‍ର ନୂତନ କର୍ମକର୍ତ୍ତା

0

ଭୁବନେଶ୍ୱର- ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‍ର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଉପ-ସଭାପତି ଭାବେ ସେକ୍‍ ମୁସ୍ତଫା, ଏମ୍‍ଡି. ଖୁଦରତ୍‍, ରାଜ୍ୟ ସାଧାରଣ ସଂପାଦକ ଭାବେ ଅହମ୍ମଦ ଅଲ୍ଲୀ, ରାଜ୍ୟ ସଂପାଦକ ଭାବେ ସୋଏବ ଆଲାମ୍‍, ଶ୍ରୀ ରାମ ନାୟକ, ଏସ୍‍କେ. ଅବଦୁଲ୍ଲା, ଏମ୍‍ଡି. ଫୈଜୁଲ୍ଲା ଖାଁଙ୍କୁ ଶ୍ରୀ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ସେହିପରି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‍ କନ୍ଧମାଳ ଜିଲ୍ଲା ସଭାପତି ଭାବେ ଶ୍ରୀ ଜୟାନନ୍ଦ ନାଏକ ଏବଂ ବୌଦ୍ଧ ଜିଲ୍ଲା ସଭାପତି ଭାବେ ଅମଜାଦ୍‍ ଖାଁଙ୍କୁ ମନୋନୀତ କରିଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Leave A Reply

Your email address will not be published.