ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ନାନ ଯାତ୍ରା ସମ୍ପନ୍ନ।

0

 ଶ୍ରୀ ବଳଦେବ ଜୀଉ ଏବଂ ସିଦ୍ଧ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ଅନୁଷ୍ଠିତ।                         

କେନ୍ଦୁଝର,ତା୧୧/୬ – ଆଜିଥିଲା ଜ୍ୟେଷ୍ଠ ପୂର୍ଣ୍ଣିମା ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଆଜି ଦିନରେ କେନ୍ଦୁଝର ସହରର ପୁରୁଣା ସହରର ବଡଦାଣ୍ଡ ଚଳଚଞ୍ଚଳ ହୋଇ ଉଠିଥିଲା। ଭୋର ସମୟରୁ ଦେବସ୍ନାନ ପୂର୍ଣ୍ଣମୀରେ ବଳଦେବ ଜୀଉ ମନ୍ଦିରରେ ଶ୍ରୀ ଜୀଉଙ୍କ ଦିବ୍ୟ ସ୍ନାନ ଲାଗି ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା। ସକାଳୁ ନୀତିକାନ୍ତି ଆରମ୍ଭ ହୋଇ ୧୦୮ ଗରାରେ ପବିତ୍ର ସୁବାସିତ ଜଳ ସେବାୟତ ମାନେ ମନ୍ଦିର ପରିସରରେ ଥିବା କୂପରୁ ସଂଗ୍ରହ କରିଥିଲେ। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ଧାଡ଼ି ପହଣ୍ଡିରେ ଆଣି ସ୍ନାନ ବେଦୀରେ ଆରୂଢ଼ କରି ସୁବାସିତ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା। ଏହାପରେ ଦିଅଁ ମାନଙ୍କ ପାଖରେ କର୍ପୁର ମାଳ ଲାଗି ହୋଇଥିଲା। ଛେରା ପହଁରା ମଧ୍ୟ ଠିକ ସମୟରେ ସମ୍ପନ୍ନ ହୋଇଥିଲା। ସମସ୍ତ ପୂଜା ପାଠ କର୍ମ ପରେ ଦିଅଁ ମାନଙ୍କ ଗଜ ବେଶ କରାଯାଇଥିଲା, ଏହାପରେ ଭକ୍ତ ଶ୍ରଦ୍ଧାଳୁ ମାନେ ଶ୍ରୀ ଜୀଉଙ୍କ ଏହି ଅପୂର୍ବ ସୁନ୍ଦର ବେଶ ଦର୍ଶନ କରିଥିଲେ। ସନ୍ଧ୍ୟା ଯାଏ ଏବେ ବେଶରେ ପ୍ରଭୁ ମାନେ ସ୍ନାନ ବେଦୀରେ ଦର୍ଶନ ଦେଉଥିବା ବେଳେ ଅଣସର ଘରେ ପ୍ରବେଶ କରିବାର ବ୍ୟବସ୍ଥା କରା ଯାଉଥିଲା। ସେହିପରି ପୁରୁଣା ଜଗନ୍ନାଥ କ୍ଷେତ୍ର ସ୍ଥାନୀୟ ସିଦ୍ଧ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଓ ଗଜ ବେଶ ସମ୍ପନ୍ନ ହୋଇଥିବା ଜଣାଯାଇଛି। ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ ହୋଇଥିବା ଦେଖାଯାଇଥିଲା।

Leave A Reply

Your email address will not be published.