ବିଜେପୁର ଠାରେ ସୁଭଦ୍ରା ଶକ୍ତି ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

0

ବିଜେପୁର :-ବିଜେପୁର ପଞ୍ଚାୟତ ସମିତିଠାରେ ବ୍ଲକ୍‌ସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସନତ ଗଡ଼ତିଆ, ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଯୋଗେନ୍ଦ୍ର ପଧାନ,ବିଡିଓ ସରୋଜ ବିଶ୍ୱାଳ, ଅତିରିକ୍ତ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ, ସିଡିପିଓ ଆମରିକେନ ଏକ୍କା, ଏବିଡିଓ ସ୍ୱପ୍ନାରାଣୀ ଝାଙ୍କାର, ଥାନାଧିକାରୀ ଜଗ ବରିହା ଯୋଗଦେଇଥିଲେ। ଏହି ଅବସରରେ ବ୍ଲକ୍‌ର ଏସ୍ଏଚ୍‌ଜି ସଦସ୍ୟାମାନେ ବିଭିନ୍ନ ପ୍ରକାରର ପିଠା ଓ ସୁସ୍ବାଦ ଖାଦ୍ୟ ପ୍ରସ୍ତୁତ କରିଥିଲେ ଓ ସେମାନଙ୍କ ହାତ ତିଆରି ଖାଦ୍ୟର ଏକ ପ୍ରଦର୍ଶନୀ ହୋଇଥିଲା |

ଏହି ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ମା ଲଷ୍ମୀସ୍ଵୟଂ ସହାୟକ ଗୋଷ୍ଠୀ ପହଣ୍ଡି ପ୍ରଥମ ଓ ଲଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିମୁଣ୍ଡା ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏଥିସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଏସ୍ଏର୍‌ଜିକୁ ସାର୍ଚ୍ଚନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା l ଏଥିରେ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ୨୫ଟି ଏସ୍ଏଚ୍‌ଜି ସଦସ୍ୟାମାନେ ଅଂଶ ଗ୍ରହଣ କରି ମାଣ୍ଡିଆ, କୁଦୋ, ମହୁଲ, ଚାର, ଗୁର୍ଜି ସହ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ।

Leave A Reply

Your email address will not be published.