ବଲାଙ୍ଗିର ୧୧/୦୬ : ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଆଜି ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ,ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଦିନିକିଆ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଡିଏଫଓ ସମ୍ମିଳନୀ କକ୍ଷଠାରେ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ସୁଫଳ ଲୋକମାନଙ୍କ ପାଖେ ପହଞ୍ଚାଇବା ପାଇଁ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେହିପରି ଆସନ୍ତା ୧୭ ତାରିଖ ପଥରଚେପା ପଡିଆରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ବିଭିନ୍ନ ଜିଲ୍ଲାରୁ ଦଶ ହଜାର ରୁ ଅଧିକ ଚାଷୀଙ୍କ ସମାଗମ ହେବ ବୋଲି ଆଲୋଚନା ହୋଇଥିଲା । ସେ ବାବଦରେ ମଧ୍ୟ ସମୀକ୍ଷା ହୋଇଥିଲା । ପାର୍କିଂ, ସୁରକ୍ଷା, ପ୍ରଚାରପ୍ରସାର ଆଦି ଉପରେ ଆଲୋଚନା ହୋଇଥିଲା । ଚାଷୀମାନଙ୍କ ପାଇଁ କୃଷିକ୍ଷେତ୍ର ରେ ଯାହା ଗତ ବର୍ଷେ ମଧ୍ୟରେ ଯୋଜନା ହୋଇଛି ଏବଂ ଆଗାମୀ ଯୋଜନା ଗୁଡିକ ଫୋକସରେ ରହିବ । ଜିଲ୍ଲା ର ସମସ୍ତ ଅଞ୍ଚଳର ଆମ୍ବକୁ ନେଇ ଏକ ପ୍ରଦର୍ଶନୀ , ମା ପାଇଁ ଗଛଟିଏ ରେ ଚାରା ଯୋଗାଣ, ୧୦ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା ଦେବା ସ୍ଥିରକୃତ ହୋଇଥିଲା । ଏହା ପୂର୍ବରୁ ଆସନ୍ତା ୧୨ ତାରିଖ ରେ ଶୁଭାରମ୍ଭ ହେବା କୁ ଥିବା ବିକାଶ ବାହନ ଯାତ୍ରା ଭ୍ୟାନରେ ସରକାରଙ୍କ ବିଭିନ୍ନ ଯୋଜନାର ଭିଡିଓ ବ୍ଲକ ଏବଂ ଗ୍ରାମ ପଞ୍ଚାୟତ କୁ ଯାଇ ଲୋକଙ୍କୁ ସଚେତନ କରିବା ସେ ବାବଦରେ ଆଲୋଚନା ହୋଇଥିଲା । ଏହି ସମାବେଶ କୁ ସଫଳ କରିବାକୁ ଉପମୁଖ୍ୟମନ୍ତ୍ରୀ ଏବଂ ପ୍ରଭାରି ମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ କରିଥିଲେ । ସମୀକ୍ଷା ବୈଠକ ଆରମ୍ଭରେ ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସାଲୱାର ସ୍ୱାଗତ ଭାଷଣ ଦେବା ସହ ପ୍ରାକ ସୂଚନା ପ୍ରଦାନ କରିଥିଲେ ଓ ଏହାପରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ l ଏହି ବୈଠକରେ ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗ ନିର୍ଦ୍ଦେଶକ ଶୁଭମ ସକ୍ସେନା , ଓଡିଶା ରାଜ୍ୟ ସହକାରୀ ଦୁଧ ଉତ୍ପାଦକ ସଂଘର ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜୀ, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଡ଼ ବିଜୟାନନ୍ଦ ସେଠୀ ସମସ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀଗଣ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.