ମହିଳା ଚାଷୀଙ୍କୁ ଆତ୍ମ ନିର୍ଭରଶୀଳ କର ବାଚସ୍ପତି

0

ଓଡ଼ଗାଁ,୧୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ଶରଣକୁଳ ପଞ୍ଚାୟତ ଠାରେ ଓଡ଼ଗାଁ ବ୍ଳକ କୃଷି କାର୍ଯ୍ୟାଳୟ ଦ୍ବାରା ଆୟୋଜିତ “ବିକଶିତ କୃଷି ସଙ୍କଳ୍ପ ଅଭିଯାନ” କାର୍ଯ୍ୟକ୍ରମରେ ରଣପୁର ବିଧାୟିକା ତଥା ଓଡ଼ିଶା ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଚାଷୀଙ୍କୁ ସଶକ୍ତ କର । ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ମହିଳା ଚାଷିମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିବ । ସାଇତା ସସ୍ୟର ଯନ୍ତ୍ର, ଛତୁ ଚାଷ, ରନ୍ଧାଶାଳ ବଗିଚା, ଉଦ୍ୟାନ କୃଷି ସମ୍ପର୍କରେ ଉପସ୍ଥିତ ଶତାଧିକ ଚାଷୀ ମାନଙ୍କୁ ବୁଝାଇଥିଲେ। ଏବଂ କଟରାଝରି ବନ୍ଧରୁ ଚିନାମାଳି ଗହୀରକୁ ଜଳସେଚନ କରିବା ନିମନ୍ତେ କ୍ଷୁଦ୍ର ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଖରିଫ୍ ଫସଲ ସମ୍ବନ୍ଧରେ ଚାଷୀ ମାନଙ୍କୁ ଅବଗତ କରାଇବା ସହିତ ପ୍ରାକୃତିକ ଓ ଜୈବିକ କୃଷିର ପ୍ରସାର, ମୃତ୍ତିକା ସ୍ବାସ୍ଥ୍ୟ କାଡ଼ ଅନୁସାରେ ଫସଲ ଚୟନ, ସନ୍ତୁଳିତ ସାରର ବ୍ୟବହାର, ଆଧୁନିକ କୃଷି ଯନ୍ତ୍ରପାତି ଓ ଆଇ ସି ଟି ମାଧ୍ୟମରେ ସ୍ମାର୍ଟ କୃଷିର ପ୍ରସାର, କୃଷି କ୍ଷେତ୍ରରେ ସ୍ପ୍ରେ ଡ୍ରୋନର ବ୍ୟବହାର, ଫସଲ ବିବିଧ କରଣ ଓ କୃଷି ଯାନ୍ତ୍ରିକ କରଣ, ଚାଷୀ ଓ କୃଷି ବୈଜ୍ଞାନିକ ମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ, ସର୍ବୋପରି ଚାଷୀର ନିଜସ୍ଵ ଉଦ୍ଭାବନର ପ୍ରଚାର ପ୍ରସାର ସମ୍ବନ୍ଧରେ ବିସ୍ତ୍ରତ ଆଲୋଚନା ହୋଇଥିଲା । ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ନୟାଗଡ଼ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଅଧିକାରୀ ଲଳିତ କୁମାର ପଣ୍ଡା, ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନ ପ୍ରଧାନ ବୈଜ୍ଞାନିକ ଇଂ.ଅଜିତ୍ କୁମାର ନାୟକ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ, ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ନୟାଗଡ଼ ଡ. ଅନୀଲ କୁମାର ସ୍ବାଇଁ, ଗିତାଞ୍ଜଳୀ ସୁବୁଦ୍ଧି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଜିତ୍ କୁମାର ନାଏକ ପ୍ରମୁଖ ବୈଜ୍ଞାନିକ ମାନେ ଆଲୋଚନା ମାଧ୍ୟମରେ ଚାଷୀମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସନ୍ଦେହ ମୋଚନ କରିଥିଲେ। ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସମସ୍ତ କୃଷି ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.