ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ବେଲଗୁଣ୍ଠାର ଉଭୟ ପେଣ୍ଠ ସାହି ଏବଂ ବାଲିଡି ସାହି ଜଗନ୍ନାଥ ମନ୍ଦିରରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବା ସହିତ ଉଭୟ ମନ୍ଦିରର ସ୍ନାନ ମଣ୍ଡପରେ ମହାପ୍ରଭୁ ଶହ ଶହ ଭକ୍ତଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ ଦେଇଛନ୍ତି I ଆଜି ରୀତିନୀତି ମୁତାବକ ଭୋର୍ ରୁ ମଙ୍ଗଳ ଆଳତୀ ହେବାପରେ ସ୍ନାନ ମଣ୍ଡପକୁ ଦଧି ବାମନ, ମଦନମୋହନ ଏବଂ ମାଧବଙ୍କର ପହଣ୍ଡି ଅନୁଷ୍ଠିତ ହୋଇଥିଲା I
ଏହାପରେ ସୂର୍ଯ୍ୟ ପୂଜା, ସପ୍ତ କଳସ ପୂଜା, ଦୁର୍ଗାମାଧବ ପୂଜା କରାଯାଇ ଦହି, କ୍ଷୀର,ମହୁ, ଘୃତ, ହରିଦ୍ରା ସ୍ନାନ ପରେ ୧୦୮ ସୁବାସିତ ଜଳରେ ଠାକୁରଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା I ମହାସ୍ନାନ ପରେ ଠାକୁରଙ୍କର ଗଜାନନ ବେଶ କରାଯାଇ ୧୦୮ ଆଳତୀ ଅନୁଷ୍ଠିତ ହୋଇଥିଲା I ଏହାପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି, ମଧ୍ୟାହ୍ନ ଧୂପ, ବିଭିନ୍ନ ପ୍ରକାର ଭୋଗ କରାଯାଇ ମହାପ୍ରଭୁ ଅପରାହ୍ଣ ପରେ ଅଣସର ପିଣ୍ଡିକୁ ବିଜେ କରିଥିଲେ I ଏହାପରେ ଚକ୍ର ନାରାୟଣ ପଟ୍ଟଚିତ୍ରକୁ ନିଖିଳ ଉତ୍କଳ ଖଡୁରା ସମାଜ ସଂଘର ଘଣ୍ଟ ବାଦ୍ୟ ପରିବେଷଣ ସହିତ ସମସ୍ତ ପୂଜକ, ପୁରୋହିତ, ପରିଚାଳନା କମିଟି,ସହସ୍ରାଧିକ ଭକ୍ତଙ୍କ ଗହଣରେ ମାଉସି ମାଆ ଘରକୁ ନେଇ ପଟ୍ଟଚିତ୍ରକୁ ପୂଜାର୍ଚ୍ଚନା କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ପୂଜକ ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡା, ରାଧା ମୋହନ୍ ଦାସ୍, ଲିଟୁ କୁମାର ପତି,ବଳରାମ ପଣ୍ଡା, ପୁରୋହିତ ଦୂର୍ଗା ପ୍ରସାଦ ପତି, ଶୁଭକାନ୍ତ ପତି, ଗଜେନ୍ଦ୍ର ନାଥ ପତି, ଗୌରୀ ଶଙ୍କର ପତି, ହାଡ଼ିବନ୍ଧୁ ପତି, ଦଇତାପତି ଅର୍ଜୁନ ପଣ୍ଡା,ବୁବୁନୁ ପଣ୍ଡା, ଗୌରାଙ୍ଗ ସାହୁ,ମହେଶ୍ଵର ପତି, ସଦାଶିବ ପାଣିଗ୍ରାହୀ ପ୍ରମୁଖ ପରି ଚାଳନାରେ ସହଯୋଗ କରିଥିବା ବେଳେ ବାଲିଡି ଜଗନ୍ନାଥ ମନ୍ଦିର ରେ ପବିତ୍ର ପଣ୍ଡା ଓ ସନ୍ତୋଷ କୁମାର ପଣ୍ଡା ଏବଂ ବେଲଗୁଣ୍ଠା ତରଫରୁ ପାରିଚାଳନା କମିଟି ସଦସ୍ୟ ଚିଦାନନ୍ଦ ପାତ୍ର, ସୁରେଶ ସାହୁ, ଚିନମ ଅମର ପାତ୍ର, ଅଶୋକ ସୁବୁଦ୍ଧି ଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I ସେହିପରି ବ୍ଳକ୍ ର ଗୋବରା ଦଧିବାମନ ଜୀଉ ମନ୍ଦିର ଏବଂ ପାଇଲିପଡ଼ା ଜଗନ୍ନାଥ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ହାତୀ ବେଶ ଏବଂ ଅଣସର ପିଣ୍ଡିକୁ ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.