ଖପ୍ରାଖୋଲ ( ହେମସାଗର ସାହୁ )ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ କଣ୍ଢେଇ ପଂଚାୟତରେ ପିପୁଲ ଟୁ ପିପୁଲ ସଂଗଠନ ତରଫରୁ ସୋମବାର ଦିନ ଏକ ବିଶାଳ ସ୍ୱାସ୍ଥ୍ୟ ସଚେତନତା ଶିବିର ସଫଳତା ର ସହିତ ଆୟୋଜନ କରାଯାଇଅଛି I ସ୍ୱାସ୍ଥ୍ୟ ଶିବିର ରେ ରେ ଆଖପାଖ ଗାଁ ରୁ ମୋଟ ୨୧୪ ଜନ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଏହି କାର୍ଯକ୍ରମ ର ମୁଖ୍ୟ ଆକର୍ଷଣ ରୂପେ ବ୍ୟକ୍ତି ଗତ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଁ ୨୦୦ ମହିଳାଙ୍କୁ ସ୍ବଚ୍ଛତା ବଣ୍ଟନ କରାଯାଇଥିଲା ଏହି କାର୍ଯକ୍ରମ ରେ ଅତିଥି ଭାବେ ଜାତୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ଶ୍ରୀ ରେଜେଶ୍ୱର୍ ପଟ୍ଟନାୟକ (ଜିଲ୍ଲା କାର୍ଯକ୍ରମ ପ୍ରବନ୍ଧକ)ଆଶୁତୋଷ ବହିଦାର (ବ୍ଲକ୍ କାର୍ଯକ୍ରମ ପ୍ରବନ୍ଧକ ) ଏବଂ ଶ୍ରୀ ଗୋପାଳ କୃଷ୍ଣ ସାହୁ (ସହକାରୀ ପ୍ରବନ୍ଧକ ସମୁଦାୟ ପ୍ରକ୍ରିୟା) ଶ୍ରୀ ଜଳନ୍ଧର ମହାକୁର (ସରପଞ୍ଚ ତୁରେକେଲା) ଶ୍ରୀ ଦେବରାଜ ପଟେଲ (ସରପଞ୍ଚ କଣ୍ଢେଇ) ଏବଂ ଶ୍ରୀ ଆଲୋକ ଚନ୍ଦ୍ର ମହାନ୍ତି ଡାଇରେକ୍ଟର ପ୍ରୋଗ୍ରାମ ପିପିଏଚ୍ଏଫ୍ ) ଉପସ୍ଥିତ ଥିଲେ I
ପିପିଏଚ୍ଏଫ୍ ପକ୍ଷରୁ ବଲାଙ୍ଗୀର ମୋବାଇଲ ମେଡିକାଲ ୟୁନିଟ ର ମେଡିକାଲ ଅଫିସର ଡ଼ା କେଦାର ଶତପଥୀ ଏହି ଶିବିରକୁ ସଞ୍ଚାଳନ କରି ଥିଲେ ଏହି ମୋବାଇଲ ମେଡିକାଲ ୟୁନିଟ ଏସବିଆଇଏଫ୍ ସଂଜୀବନୀ – କ୍ଲିନିକ୍ ଅନ୍ ହୁୱିଲ୍ସ ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଜିଲ୍ଲାରେ ବଡଡକ୍ଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଞ୍ଚଳର ୨୦ ଟି ଗାଁ ରେ ପରିଚାଳିତ ହେଉଛି ପିପିଏଚ୍ଏଫ୍ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନ ଙ୍କ ମଧ୍ୟରେ ଏକ ସଂଯୁକ୍ତ ପ୍ରୟାସ ଭାବେ ଏହି ପ୍ରକଳ୍ପଟି ଜନଜାତି ସମୁଦାୟ କୁ ଆବଶିକ୍ୟ ସ୍ୱାସ୍ଥ୍ୟ ସେବା ଓ ସଚେତନତା ପ୍ରଦାନ ଦିଆଯାଇଛି I ପିପୁଲ ଟୁ ପିପୁଲ ର ଜନ କଲ୍ୟାଣ କାର୍ଯ୍ୟକ୍ରମ ଯୋଗୁଁ ଅଞ୍ଚଳ ରେ ଭୁରି ଭୁରି ପ୍ରଶଂସା କରିଛନ୍ତି
Sign in
Sign in
Recover your password.
A password will be e-mailed to you.