କୁଚିଣ୍ଡା,୧୧/୬(ଲିପନ ନାଏକ): ବାମରା ବ୍ଲକ କିନାବଗା ଗାଁ ମୁଣ୍ଡ ରାସ୍ତାରେ ଲୁଦ୍ରୁପଡ଼ା ଗ୍ରାମର ଯୁକବ ଅଶୋକ କୁକୁର(୨୫) ଙ୍କ କ୍ଷତାକ୍ତ ଶବ ବୁଧବାର ସକାଳେ ଉଦ୍ଧାର।ମୃତ ଯୁବକଙ୍କ ମା ସିର କୁଜୁର୍ ପୁଅ କୁ ହତ୍ୟା କରାଯାଇଥିବା ନେଇ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଗୋବିନ୍ଦପୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ର ତନାଘନା ଚଳାଇଛି।ସମ୍ବଲପୁର ରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରି ଫେରିଯାଇଛନ୍ତି।ମୃତକ ଅଶୋକ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ।ମୃତକ ଅଶୋକ ଙ୍କ ତଣ୍ଟି କଟା ଯାଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ହେଲେ ହତ୍ୟା ର କାରଣ ଜଣା ପଡି ନାହିଁ । ମୃତକ ଅଶୋକ ଗୁଜରାଟ ରାଜ୍ୟ ସୁରଟ ସହର ରେ ଦାଦନ ଖଟିବା ପାଇଁ ଯାଇଥିଲେ ଓ କିଛି ଦିନ ତଳେ ବିବାହ ସ୍ଥିତ ହେବାରୁ ଘରକୁ ଫେରିଥିଲେ।ଅଶୋକ ରାତିରେ ଗାଁ ମୁଣ୍ଡ ରାସ୍ତା କଡ଼ରେ ପ୍ରତିଦିନ ବିବାହ ହେବାକୁ ଯାଉଥିବା ଯୁବତୀ ଙ୍କ ସହ ଫୋନ ଯୋଗେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହେଉଥିଲେ।ବୁଧବାର ଦିନ ସକାଳେ ଅଶୋକ ର କ୍ଷତାକ୍ତ ଶବ ମିଳିଥିଲା।ଗୋବିନ୍ଦପୁର ଥାନା ଅଧିକାରୀ ରାଜେନ୍ଦ୍ର ବେହେରା ଙ୍କୁ ସମ୍ପର୍କ କରିବାରୁ ସେ କହିଥିଲେ ରାତି ୧୦ ରୁ ସକାଳ ୫ ଟା ଭିତରେ ଅଶୋକ ର ମୃତ୍ୟୁ ହୋଇଥିବା।ବୁଧବାର ସକାଳେ ଗାଁ ଲୋକେ ଅଶୋକ ର ଶବ ଗାଁ ମୁଣ୍ଡ ରାସ୍ତା କଡ଼ରେ ପଡ଼ିଥିବା ଦେଖି ପୋଲିସ କୁ ସୂଚନା ଦେଇଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ର ପଞ୍ଚ ନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ହତ୍ୟାର କାରଣ ସ୍ପଷ୍ଟ ହେବ।ବ୍ୟବଚ୍ଛେଦ ପରେ ଶବ କୁ ପରିଜନ ଙ୍କୁ ଅନ୍ତିମ ସଂସ୍କାର ପାଇଁ ଦେଇ ଦୀୟାଯାଇଛି।(ଫଟୋ)
Sign in
Sign in
Recover your password.
A password will be e-mailed to you.