ରେଙ୍ଗାଲବେଡା ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନଯାତ୍ରା

0

ଜମନକିରା,୯/୬(ଲିପନ ନାଏକ ) ଆଜି ଜୈଷ୍ଠ ଶୁକ୍ଳ ପକ୍ଷ ପୁର୍ଣିମା ତିଥିରେ ରେଙ୍ଗାଲବେଡା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନଯାତ୍ରା ମନ୍ଦିର ପୂଜକ ଶ୍ରୀବତ୍ସ ପଣ୍ଡା ଓ ତପନ କୁମାର ଦାସଙ୍କ ପୂଜା ପାଠ, ରିତି ନିତି ଅନୁଯାୟୀ ୧୦୮କଲସ ସୁବାସିତ ଜଳରେ ଦାରୁଦିଅଙ୍କର ଦିବ୍ୟସ୍ବାନ ସେବାୟତ ମାନଙ୍କ ଦ୍ବାରା କରାଗଲା। ଆଜିର ପୂଜା କର୍ତ୍ତା ଭାବରେ ସନ୍ଦିପ ମହାନ୍ତି, ଜୁଗଲ ମିଶ୍ରିଙ୍କର ସେବାୟତରେ ପୂଜାପାଠ କରାଯାଇଥିଲା । ମାତାମହୁଲ,ରେଙ୍ଗାଲବେଡା କିତ୍ତନ ମଣ୍ଡଲିଙ୍କ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଭକ୍ତବୃନ୍ଦମାନେ ମହାପ୍ରସାଦ ସେବନ କରିଥିଲେ।

Leave A Reply

Your email address will not be published.