ପୁରିଲା ୧ବର୍ଷ, ବିକାଶର ମୂଲ୍ୟବୋଧ କୁ ନେଇ ବିକାଶ ବାହନ ଯାତ୍ରା

0

ଅସ୍ତରଙ୍ଗ: -ରାଜ୍ୟ ରେ ବିଜେପି ତଥା ମୋହନ ସରକାର ଙ୍କୁ ୧ ବର୍ଷ ଶାସନ ପୂର୍ଣ୍ଣ ହୋଇଛି, କଣ ନଥିଲା ଆଉ କଣ ହେଇଛି, ଯାହାକୁ ନେଇ ପଞ୍ଚାୟତ ସ୍ତରରେ ବୁଲିବ ବିକାଶ ବାହନ ରଥ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱ ରେ ବିଜେପି ପୂରା କରିଛି ୧ ବର୍ଷ, ସୁଭଦ୍ରା ଯୋଜନା ରେ ନାରୀ ମାନଙ୍କୁ ସଶକ୍ତି କରଣ କରିବା ନିର୍ବାଚନୀ ଇସ୍ତାହାର ରେ ପ୍ରକାଶ ହେବା ପରେ ବାସ୍ତବ ରେ ସୁଭଦ୍ରା ଯୋଜନା ଆଣିଦେଇଛି ନାରୀ ମାନଙ୍କ ମୁହଁ ରେ ହସ, ସେହି ବିକାଶ ରଥ ପରିକ୍ରମା ନେଇ ଆଜି ଅସ୍ତରଙ୍ଗ ବ୍ଲକ ସଭା ଗୃହ ରେ ଦିନ ୧୧ ଘଟିକା ରେ ଅସ୍ତରଙ୍ଗ ବିଡ଼ିଓ ଶୁଭସ୍ମିତା ବେହେରା ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି, ଅସ୍ତରଙ୍ଗ ବ୍ଲକ ର ୧୫ ଗୋଟି ପଞ୍ଚାୟତ ରେ ୧୨ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ବିକାଶ ରଥ ପହଞ୍ଚିବ ଓ ଏହି ରଥ ସହିତ ବ୍ଲକ ର ପ୍ରତ୍ୟକ ବିଭାଗ ର କର୍ମଚାରୀ, ପ୍ରତ୍ୟେକ ପଞ୍ଚାୟତ ର ଜନସେବା କେନ୍ଦ୍ର ଅପରେଟର ମାନେ ଉପସ୍ଥିତ ରହି ସରକାର ଙ୍କ ବିକାଶ ଧାରା ସହିତ ଜନସାଧାରଣ ଙ୍କୁ ଯୋଡିବାକୁ କରିବେ ପ୍ରୟାସ, ସ୍ୱାସ୍ଥ୍ୟ, ଜଙ୍ଗଲ, ରାଜସ୍ୱ, ବ୍ୟାଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କରିବେ ଅଂଶଗ୍ରହଣ, ସରକାର ଙ୍କ ବୃକ୍ଷ ରୋପଣ, ଆୟୁଷ୍ମାନ କାର୍ଡ, ଅନ୍ତର୍ଦୋୟ ଯୋଜନା, ଜନଧନ ଆକାଉଣ୍ଟ, କିସାନ କ୍ରେଡିଟ କାର୍ଡ ଭଳି ପ୍ରତ୍ୟେକ ସେବା ପ୍ରତ୍ୟେକ ପଞ୍ଚାୟତ ରେ ବିଭାଗ ଦ୍ୱାରା କରାଯିବା ପାଇଁ ନିଆଯାଇଛି ନିଷ୍ପତି, ପ୍ରଥମ ଥର ପାଇଁ ପ୍ରତ୍ୟେକ ପଞ୍ଚାୟତ ରେ ପୃଥକ ପୃଥକ ବିଭାଗ ର ଅଧିକାରୀ ଓ କର୍ମଚାରୀ ଲୋକ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଅଭିଯୋଗ ଶୁଣିବା ସହିତ ସେହି ସ୍ଥାନ ରେ ସେମାନଙ୍କ କାର୍ଯ୍ୟ କରିବାକୁ ଆସିଛି ବିଭାଗୀୟ କମିସନ ଙ୍କ ନିକଟରୁ କଡା ନିର୍ଦ୍ଧେଶ, ଭତ୍ତା ସହିତ ରାସନ କାର୍ଡ ରେ ସମସ୍ୟା ଥିଲା ସେହି ସ୍ଥାନ ରେ ଲୋକ ଙ୍କ କାର୍ଯ୍ୟ କରାଯିବ, ପ୍ରଥମେ ବ୍ଲକ ପରିସରରୁ ୧୨ ତାରିଖ ଦିନ ଏହି ରଥ ଉଦ୍ଘାଟନ ହେବା ପରେ ପ୍ରଥମ ଦିନ ଅସ୍ତରଙ୍ଗ ଓ ପାଟଓଳଦା ପଞ୍ଚାୟତ ଗସ୍ତ କରିବ ଓ ଦ୍ୱିତୀୟ ଦିନ ବା ୧୩ ତାରିଖ ରେ ନୂଆଗଡ ସହିତ ଝାଡ଼ଲିଙ୍ଗ ପଞ୍ଚାୟତ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି, ବାକି ୮ ଦିନରେ ୧୧ ପଞ୍ଚାୟତ ନିର୍ଧାରଣ ମୁତାବକ ରଥ ପହଞ୍ଚିବ ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି, ପ୍ରତ୍ୟେକ ଦିନ ସରକାର ଙ୍କ ୨୧ ଗୋଟି ସ୍କିମ ର ସଫଳତା ପୂର୍ବକ କାର୍ଯ୍ୟକ୍ରମ କୁ ନେଇ ବ୍ଲକ ସ୍ତରରୁ କମିସନ ବିଭାଗ କୁ ରିପୋର୍ଟ ପଠାଯିବ ସେଥିପାଇଁ ୧୨ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗ ର ଅଧିକାରୀ ଓ କର୍ମଚାରୀ ଙ୍କ ଛୁଟି ବାତିଲ୍ କରାଯାଇଛି, ଏହି ପ୍ରସ୍ତୁତି ବୈଠକ ରେ ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ, ବ୍ଲକ ଉପାଧକ୍ଷ ଶ୍ରୀଯୁକ୍ତ ଦୁଃର୍ଜ୍ଜୟ ମିଶ୍ର, ଜିପିଡିଓ ସତ୍ୟ ସ୍ୱର ବିଶ୍ୱାଳଶମେତ ବିଭାଗୀୟ ଅଧିକାରୀ, ଜନସେବା କେନ୍ଦ୍ର ର ମୁଖ୍ୟ ଆଦି ଉପସ୍ଥିତ ଥିଲେ l

Leave A Reply

Your email address will not be published.