ଭୁବନେଶ୍ୱର, ୧୧ ଜୁନ୍ ୨୦୨୫: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବି.ଆଇ.ପି.ଏଫ୍.) ଆଜି ପ୍ରତିଷ୍ଠିତ ‘ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ ଫର ହାଇୟରଏଜୁକେସନ୍’ (ପି.ଜି.ଡି.ଏସ୍.) ବିଜେତାଭାବରେ ଛଅଜଣ ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଏହି ଛାତ୍ରବୃତ୍ତି ଇଞ୍ଜିନିୟରିଂ,ମେଡିସିନ୍,ଏସ୍.ଟି.ଇ.ଏମ୍ (ସାଇନ୍ସ୍,ଟେକ୍ନୋଲଜି,ଇଞ୍ଜିନିୟରିଂଏବଂମ୍ୟାଥ୍ମେଟିକ୍ସ୍) ଏବଂ ଲିବରଲ ଆର୍ଟସରେ ବୃତ୍ତିଗତ ଡିଗ୍ରୀ ହାସଲ କରୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଚାରିବର୍ଷର ଡିଗ୍ରୀ ପାଇଁ ୯୦% ଶିକ୍ଷାଗତ ଫିସ୍ଏବଂଯୋଗ୍ୟ ଖର୍ଚ୍ଚକୁ ବହନ କରି, ଯାହା ପ୍ରତ୍ୟେକ ବୃତ୍ତିଧାରିଙ୍କ ପାଇଁ ୬ ଲକ୍ଷଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଇଛି ।
୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ, ଛଅ ଜଣ ଉତ୍କୃଷ୍ଠ ଛାତ୍ର ଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି: ସେମାନଙ୍କ ମଧ୍ୟରୁ ଦୁଇଜଣ ପ୍ରମୁଖ ଆଇ ଆଇଟିରେ ଇଞ୍ଜିନିୟରିଂ କରୁଛନ୍ତି | ଆଇ ଆଇ ଟି ହାଇଦ୍ରାବାଦରେ ସନ୍ଦୀପ ସୁଭ୍ରଜିତ ସାହୁ ଏବଂ ଆଇ ଆଇ ଟି – ବି ଏଚ ୟୁ ବାରାଣସୀରେ ତାରିଣୀ ପ୍ରସାଦ ମିଶ୍ର ଇଞ୍ଜିନିୟରିଂ କରୁଛନ୍ତି | ସେମାନଙ୍କ ମଧ୍ୟରୁ ଚାରି ଜଣ ଏମ ବି ବି ଏସ୍ କରୁଛନ୍ତି – ସତ୍ୟଜିତ ପରିଡା ଏବଂ ଆଲୋକ କୁମାର ସାହୁ ଏମ୍ସ୍ ଭୁବନେଶ୍ୱରରେ, ଦିବ୍ୟ ଜ୍ୟୋତି ଜେନା କଟକର ଏସ ସି ବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ, ଏବଂ ଆରିୟନ ସାହୁ ଏଫଏମ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବାଲେଶ୍ବରରେ ପାଠ ପଢୁଛନ୍ତି।
ସମ୍ବର୍ଦ୍ଧନା ସମାରୋହରେ, ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ତଥା ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନର ଟ୍ରଷ୍ଟି ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, “ଶିକ୍ଷା ସାମାଜିକ ପରିବର୍ତ୍ତନ ଏବଂ ଆର୍ଥିକ ପ୍ରଗତି ପାଇଁ ଏକ ଶକ୍ତିଶାଳୀ ଉତପ୍ରେରକ ” । ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍ ମାଧ୍ୟମରେ, ଆମେ ଭବିଷ୍ୟତର ନେତୃତ୍ୱମାନଙ୍କ ଉପରେ ବିନିଯୋଗ କରୁ ଯେଉଁମାନେ ଆମ ସମାଜରେ ନବସୃଜନ ଏବଂ ପରିବର୍ତ୍ତନ ଆଣିବେ ଏବଂ ପରାମର୍ଶ ଅଂଶ ଏହି ଉଜ୍ଜ୍ୱଳ ଯୁବମନର ସାମଗ୍ରିକ ବିକାଶକୁ ପୋଷଣ କରିବା ଏବଂ ସେମାନଙ୍କର ପୂର୍ଣ୍ଣ ସମ୍ଭାବନା ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିପାରିବେ ।
ଇମ୍ଫା ଦ୍ୱାରା ୨୦୦୫ ରେ ପ୍ରତିଷ୍ଠା କରାଯାଇଥିବା ଏହି ଛାତ୍ରବୃତ୍ତି ପ୍ରତିଷ୍ଠିତ ବିଦ୍ୱାନ ତଥା ଐତିହାସିକ ସ୍ୱର୍ଗତ ଶ୍ରୀମତୀଇଲା ପଣ୍ଡାଙ୍କ ପିତା ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶଙ୍କ ଐତିହ୍ୟକୁ ସମ୍ମାନିତ କରୁଅଛି ।ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ମାଧ୍ୟମରେ ସମାନ ସୁଯୋଗ ପ୍ରଦାନ କରିବା, ସେମାନଙ୍କୁ ଆର୍ଥିକ ପ୍ରତିବନ୍ଧକ ବିନା ଉଚ୍ଚଶିକ୍ଷା ହାସଲ କରିବାକୁ ସକ୍ଷମ କରିବା ।
ସ୍କଲାରସିପ କାର୍ଯ୍ୟକ୍ରମ ଆରମ୍ଭ ହେବା ଠାରୁ, ବିଆଇପିଏଫ୍ ଏକ ସଂରଚିତ “ମେଣ୍ଟର୍ସିପ୍” ଉପାଦାନ ପ୍ରଚଳନ କରି ଏହାର ପ୍ରଭାବକୁ ବୃଦ୍ଧି କରିଛି ।ସମସ୍ତ ଛାତ୍ରବୃତ୍ତି ବିଜେତା ଇମ୍ଫାର କର୍ମଚାରୀ ସ୍ୱେଚ୍ଛାସେବକ ଯୋଜନାର କାର୍ଯ୍ୟନିର୍ବାହୀ ପରାମର୍ଶଦାତାଙ୍କ ସହିତ ଯୋଡ଼ି ହୋଇଛନ୍ତି ।ଏହି ପରାମର୍ଶଦାତା ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ପରାମର୍ଶ, ନୈତିକ ସମର୍ଥନ, ଶୈକ୍ଷିକ ମାର୍ଗଦର୍ଶନ ଏବଂନେଟୱାର୍କିଂଗ ସୁଯୋଗ ପ୍ରଦାନ କରିବ, ଯାହା ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୋଚନ କରିବାରେ ଏବଂ ଏକ ସୁଚିନ୍ତିତ କ୍ୟାରିଅର୍ ପଥ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post