ଚଳନ୍ତା କାର ରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ଡ୍ରାଇଭର

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୦୬/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ ମୁଖ୍ୟରାସ୍ତା ଡାବୁଗାଁ ଆଦର୍ଶ ବିଦ୍ୟାଳୟ ପାଖରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟ ସମୟରେ ଏକ ଚଳନ୍ତା କାର ରେ ନିଆଁ ଲାଗି ସମ୍ପୂର୍ଣ ପୋଡି ଯାଇଛି।ଏଥିରେ କାର ଚଳାଉଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୁଚନା ଅନୁଯାଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବଡପଡ଼ା ଗ୍ରାମର ଶିବ ସୁନା ଏକ କାର ନଂ (ଓଡ଼ି ୦୮ଭି ୩୮୧୬) ଯୋଗେ କୌଣସି କାମରେ ରାଇଘର ଯାଇଥିଲେ। ସେଠାରେ କାର୍ଯ୍ୟ ସାରି ଆଜି ପୂର୍ବାହ୍ନ ରେ କଳାହାଣ୍ଡି ଫେରୁଥିବା ସମୟରେ ଡାବୁଗାଁ ଡଙ୍ଗରିଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡି କୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ କାର ରେ ଅଚାନକ ନିଆଁ ଲାଗିଥିଲା। ନିଆଁ ଲାଗିବା ଦେଖି କାର ଚଳାଉଥିବା ଡ୍ରାଇଭର ଶିବ କାର ରୁ ତୁରନ୍ତ ଓହ୍ଲାଇ ଥିଲା। ଦେଖୁ ଦେଖୁ ରାସ୍ତା ଉପରେ କାର ହୁତୁ ହୂତୁ ହୋଇ ନିଆଁ ଲାଗି ଯାଇଥିଲା। ଖବର ପାଇ ଡାବୁଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ଅଗ୍ନିଶମ ବାହିନୀ ନିଆଁ କୁ ଆୟତ କରିଥିଲେ ସୁଦ୍ଧା କାର ର ସମ୍ମୁଖ ଭାଗ ପୋଡି ପାଉଁଶ ହୋଇଯାଇଥିଲା। ତେବେ ଅଳ୍ପକେ ଡ୍ରାଇଭର ନିଶ୍ଚିତ ଦୁର୍ଘଟଣା ରୁ ବର୍ତ୍ତି ଯାଇଥିଲେ। ଏନେଇ ଡ଼ାବୁଗାଁ ଥାନାର ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛନ୍ତି

Leave A Reply

Your email address will not be published.