୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ) ୨୦୨୫ ଦ୍ବିତୀୟ ଦିବସ
ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ସୋମବାର ଦ୍ଵିତୀୟ ଦିବସରେ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ , ସ୍କାଏ ଓ୍ବାଲକରସ, ଏଲାଟ୍ ଇଗଲ ଏବଂ ଇମୋର୍ଟାଲସ ବିଜୟ ହାସଲ କରିଛନ୍ତି । ପ୍ରଥମ ମ୍ୟାଚ ଛାମୁସଲାୟନ ଟସଯିତି ପ୍ରତିପକ୍ଷ ଏକ୍ସଟ୍ରିମ୍ ବ୍ଳାଷ୍ଟରସକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା । ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ବିନିମୟରେ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ୧୨୬ ରନ ସଂଗ୍ରହ କରିଥିବା ବେଳେ ଚାମସ ଲାୟନ୍ସ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ଓଭରେ ୫ ଉଇକେଟ ହରାଇ ୮୩ ରନରେ ସିମିତ ରହି ପରାଜୟ ବରଣ କରିଥିଲା । ବିଜୟୀ ଦଳର ବିଶ୍ବଜିତ୍ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଦ୍ବିତୀୟ ମ୍ୟାଚ୍ ପ୍ରଥମ ଇନିସରେ ସ୍କାଏ ଓ୍ବାଲକରସ ଟସଯିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ଓଭରେ ୩ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରିଥିଲା । ଏହାର ମୁକାବିଲା କରିବାକୁ ଯାଇ ରୟାଲ କିଙ୍ଗସ୍ ୬ ଉଇକେଟ ବଦଳରେ ୧୧୨ ରନରେ ସୀମିତ ରହି ପରାଜୟ ବରଣ କରିଥିଲା । ବିଜୟୀ ଦଳର ଟିପୁନ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲା । ସେହିପରି ଆଜିର ତୃତୀୟ ମ୍ୟାଚ୍ ଏଲ ଆଇଟିଇଗଲ ଟସଯିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସୁପର ଷ୍ଟ୍ରାଇକର ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୭୩ ରନ ସଂଗ୍ରହ କରିଥିଲେ । ଦ୍ବିତୀୟ ଇନିସରେ ଏଲଆଟିଇଗଲ ଏହାର ମୁକାବିଲାରେ ମାତ୍ର ୪ ଓଭରରେ ୧ ଉଇକେଟ ବିନିମୟରେ ୭୪ ରନ୍ ସଂଗ୍ରହ କରି ୯ ଉଇକେଟରେ ମ୍ୟାଚ୍ ବିଜୟ ଲାଭ କରିଥିଲା । ବିଜୟୀ ଦଳର ଶିବମ୍ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ୪ର୍ଥ ମ୍ୟାଚ୍ ଡବ୍ଳୁଟିଆର ଟସଯିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦି ଇମୋର୍ଟାଲସ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୦ ଓଭରରେ ୮ ଉଇକେଟ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା । ଏହାର ପ୍ରତିବଦଳରେ ଡବ୍ଳୁଟିଆର ୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୮୭ ରନକରି ପରାଯୟକୁ ସ୍ବୀକାର କରିନେଇଥିଲା । ବିଜୟୀ ଦଳର ମନୁଆ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲା । ରୋହନ, ବାଦଲ, ସଭାଜନ, କିଶନ, ଅମିତ୍, ଶୁଭମ୍, ମିଥୁନ, ଚନ୍ଦନ, ଆସିସ ଆଜିର ଖେଳ ପରିଚାଳନା କରିଥିବା ବେଳେ ଓଡ଼ଗାଁ ଅଞ୍ଚଳର ଖେଳ ମଣିଷ ଓଡ଼ଗାଁ ଆଥଲେଟିକ ଆସୋସିଏସନର ସମ୍ପାଦକ ଦିବାକର ନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।