ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି।ପ୍ରତିଯୋଗିତାରେ ୩୫ଟି ସ୍ବୟଂ ସହାୟିକା ଗୋଷ୍ଠୀ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ଗାଁ ଏନ୍ଏସିର ବାଣିଶ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଓ ମଗରବନ୍ଧ ପଞ୍ଚାୟତ ଦରପଦା ମା’ଦକ୍ଷିଣକାଳୀ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ।ଓଡ଼ଗାଁ ବ୍ଳକ ଅତିରିକ୍ତ ବିଡ଼ିଓ କବିତା କୁମାରୀ ପ୍ରଧାନ, ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଏବଂ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା ବିଚାରକ ଭାବେ ଯୋଗଦେଇ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ, ସାଜସଜ୍ଜା, ପରିସ୍କାର ପରିଚ୍ଛନ୍ନତା ଏବଂ ଉପସ୍ଥାପନାକୁ ଅନୁଧ୍ୟାନ କରି ଗୃପ ଗୁଡିକ ଦ୍ବାରା ପ୍ରସ୍ତୁତ ଖାଦ୍ୟର ସ୍ବାଦ ପରଖି ମୂଲ୍ୟାୟନ କରିଥିଲେ। ବିଚାରକ ମାନଙ୍କ ସହିତ ମହିଳା ଓ ଶିଶୁ ସୁରକ୍ଷା ସୁପରଭାଇଜର ସୁଭଦ୍ରା ଖିଲାର, ମିଶନ ଶକ୍ତି ସଂଯୋଜକ ମୃତ୍ୟୁଞ୍ଜୟ ବେହେରାଙ୍କ ଦ୍ଵାରା ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଓଡ଼ଗାଁ ବ୍ଳକ ଜୀବିକା ମିଶନ ସଂଯୋଜକ ସୁରଜ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସଂଯୋଜନା କରିଥିଲେ। ବୈଷୟିକ ସଂଯୋଜିକା କଲ୍ୟାଣୀ ମିଶ୍ର,ଅରୁଣ ପାତ୍ର,ରବି ଵରାଡ, ସୁକାନ୍ତି ପ୍ରଧାନ,ସମୀର ମହାପାତ୍ର ସହଯୋଗ କରିଥିଲେ। ମହିଳା ମାନଙ୍କ ମଧ୍ୟରେ ଦକ୍ଷତା ସାଙ୍ଗକୁ ଆତ୍ମନିର୍ଭରଶୀଳ ଶକ୍ତି ବୃଦ୍ଧି କରିବା ଏହି ପ୍ରତିଯୋଗୀତାର ଉଦ୍ଦେଶ୍ୟ। ଚଳିତ ମାସ ୧୨ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ସ୍ତରୀୟ ଖାଦ୍ୟ ମେଳା ଆୟୋଜନ କରାଯାଉଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀମାନେ ଏଥିରେ ଅଂଶଗ୍ରହଣ କରି ସେମାନଙ୍କ ଦ୍ବାର ପ୍ରସ୍ତୁତ ଖାଦ୍ୟକୁ ବିକ୍ରି କରି ବେଶ୍ କିଛି ଅର୍ଜନ କରିପାରିବେବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post