ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ – ମାନିଗାଁ ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତୀ କରଣ ରେ ସ୍ବଚ୍ଛତା ଓ ଶୀଘ୍ର ସମାପ୍ତ ନେଇ ଡ଼ାବୁଗାଁ ବାସୀ ବାରମ୍ବାର ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଦାବୀ କରି ଆସୁଥିବା ବେଳେ ଆଜି ଷଷ୍ଠ ଥର ପାଇଁ ପୁଣି ଗ୍ରାମବାସୀ ରାସ୍ତାକାର୍ଯ୍ୟ ଶୀଘ୍ର ଶେଷ କରାଯାଉ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ପରେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ନିଜେ ରାସ୍ତା କାର୍ଯ୍ୟର ତଦାରଖ କରିଥିଲେ। ଅଭିଯୋଗ ପ୍ରକୋଷ୍ଠ ସମାପ୍ତି ପରେ ଜିଲ୍ଲାପାଳ କଳସ ମଣ୍ଡପ ନିକଟରେ ଅଧ ପାନ୍ତରିଆ ହୋଇ ପଡିଥିବା ରାସ୍ତା କାର୍ଯ୍ୟ କୁ ଦେଖିଥିଲେ। ଆଗକୁ ରଥଯାତ୍ରା ଥିବାରୁ ଏହି କଳସ ମଣ୍ଡପ ରାସ୍ତା ଦେଇ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ରାସ୍ତା କାର୍ଯ୍ୟ ଶୀଘ୍ର ସାରିବାକୁ ବିଭାଗୀୟ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଧ୍ରୁବ କୁମାର ସେଠି ଙ୍କୁ କହିଥିଲେ। ସୂଚନା ଥାଉ କି ପୂର୍ତ୍ତ ବିଭାଗ ଦ୍ଵାରା ଏହି ପ୍ରଶସ୍ତି କରଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ବେଳେ ଡ଼ାବୁଗାଁ ର ନୂଆଗୁଡ଼ା ଠାରୁ ବସ ଷ୍ଟାଣ୍ଡ ତାରିଣୀ ଛକ ପର୍ଯ୍ୟନ୍ତ ଡ୍ରେନ ଓ ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି। ଧାର୍ଯ୍ୟ ସମୟ ର ୧ ବର୍ଷ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ରାସ୍ତା କାର୍ଯ୍ୟ ସରୁ ନାହିଁ। ଉମରକୋଟ ଅଞ୍ଚଳ ର ଠିକାଦାର ସୁଧୀର ପଣ୍ଡା ବିରୁଦ୍ଧରେ ଗ୍ରାମବାସୀ ବାରମ୍ବାର ନିମ୍ନ ମାନର କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରି ଆସୁଥିବା ବେଳେ ଖୋଦ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଆଜି ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ମଧ୍ୟ ରାସ୍ତା କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ କରିଥିଲେ। ରାସ୍ତା କାର୍ଯ୍ୟ ରଥ ଯାତ୍ରା ପୂର୍ବରୁ ଶୀଘ୍ର ସମ୍ପୂର୍ଣ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେବା ପରେ ଆଜି ଜିଲ୍ଲାପାଳ ନିଜେ ରାସ୍ତା କାର୍ଯ୍ୟର ତଦାରଖ କରିଥିଲେ। ପୂର୍ତ୍ତ ବିଭାଗ ଯନ୍ତ୍ରୀ ଙ୍କୁ କାର୍ଯ୍ୟରେ ଠିକାଦାର ସହଯୋଗ କରୁ ନ ଥିବା ନେଇ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ଙ୍କ ଏହି ପରିଦର୍ଶନ ସମୟରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ତହସିଲଦାର ଗୀତା ମୁର୍ମୁ,କଂଗ୍ରେସ ବ୍ଲକ ସଭାପତି ଜି ସାଇ ରାଜୁ,ଗୁପ୍ତ ବିଶୋଇ, ସତ୍ୟ ପାତ୍ର,ରାଜେନ୍ଦ୍ର ମିଶ୍ର,ଜଗନ୍ନାଥ ରେଲି, ପପୁ ପାତ୍ର,ରାଜେନ୍ଦ୍ର ରେଲି,ସହ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.