ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୯/୦୬/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଙ୍କ ଦ୍ଵାରା ଯୁଗ୍ମ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୨ ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୧୭ ଟି ଓ ଗୋଷ୍ଠିଗତ ୧୫ ଟି ଅଭିଯୋଗ ର ଶୁଣାଣି ହୋଇଥିଲା। ଗ୍ରାମବାସୀ ପୂର୍ତ୍ତ ବିଭାଗ ଦ୍ଵାରା ଡାବୁଗାଁ – ମାନିଗାଁ ରାସ୍ତା ପ୍ରସସ୍ଥି କରଣ ଧାର୍ଯ୍ୟ ସମୟ ଠାରୁ ୧ ବର୍ଷ ଅତିକ୍ରମ କରାଯାଇଥିବା ବେଳେ ଡ୍ରେନ ଓ ଗ୍ରାମ ମଧ୍ୟର ରାସ୍ତା କାର୍ଯ୍ୟ ଅଧ ପାନ୍ତାରିଆ ଥିବା ନେଇ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଏହା ସହ ୫ ଥର ଅଭିଯୋଗ କରାଯାଇଥିଲେ ସୁଦ୍ଧା ରାସ୍ତା କାର୍ଯ୍ୟ ସମ୍ପୂର୍ଣ ହୋଇ ନ ଥିବା ଅଭିଯୋଗ କରିଥିଲେ।ଆଗକୁ ରଥଯାତ୍ରା ଆସୁଥିବାରୁ ଏହି ସମୟ ମଧ୍ୟରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ।ଦୀର୍ଘ ୨ ବର୍ଷ ହେଲା ଡ଼ାବୁଗାଁ ଲ୍ୟାମ୍ପ ତରଫରୁ ବ୍ଲକ ର ଚାଷୀ ଙ୍କୁ ସାର ଓ ବିହନ ଦିଆ ଯାଉ ନ ଥିବା ନେଇ ବ୍ଲକ କୃଷକ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର ଓ ଉପ ସଭାପତି ରାଜେନ୍ଦ୍ର ମିଶ୍ର ଅଭିଯୋଗ କରିଥିଲେ। ଏଥିରେ କୃଷି ବିଭାଗ ତରଫରୁ ମଧ୍ୟ ଚାଷୀଙ୍କୁ କୌଣସି ସହଯୋଗ କରାଯାଉ ନ ଥିବା ବେଳେ ଡ଼ାବୁଗାଁ ର ସାର ବ୍ୟବସାୟୀ ମାନେ ଚଢ଼ା ଦରରେ ସାର ବିହନ ବିକ୍ରୀ କରୁଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୩ ବର୍ଷ ହେଲା ଡାବୁଗାଁ ଗ୍ରାମ ପଞ୍ଚାୟତ ରେ କୌଣସି ମନରେଗା କାର୍ଯ୍ୟ କୁ ମଞ୍ଜୁର କରା ଯାଉ ନ ଥିବା ନେଇ ସରପଞ୍ଚ ବିନୋଦ ସୌରା ଅଭିଯୋଗ କରିଥିଲେ। ପଲ୍ଲୀ ସଭା ଓ ଗ୍ରାମ ସଭା ରେ ମନରେଗା ରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ୫ ବର୍ଷର ଖସଡ଼ା ପ୍ରସ୍ତୁତ କରି ଦିଆ ଯାଇଥିଲେ ସୁଦ୍ଧା ତାହାକୁ ପ୍ରଶାସନ ତରଫରୁ ମଞ୍ଜୁର କରାଯାଉ ନ ଥିବାରୁ ଲୋକେ ମନରେଗା ମାଧ୍ୟମରେ ସରକାରୀ ସୁବିଧା ପାଉ ନ ଥିବା ଅଭିଯୋଗ କରିଥିଲେ।ବ୍ଲକ ର ସମିତି ସଭ୍ୟ ସଭ୍ୟା ମନରେଗା କାର୍ଯ୍ୟର ପ୍ରକଳ୍ପ ପ୍ରସ୍ତୁତି କରି ଦେଉଥିଲେ ସୁଦ୍ଧା ପ୍ରକଳ୍ପ ମଞ୍ଜୁର ହେଉ ନ ଥିବା ନେଇ ଅଭିଯୋଗ ହୋଇଥିଲା। ଡ଼ାବୁଗାଁ ଖ୍ରୀଷ୍ଟିଆନ ମଶାଣି କୁ ସ୍ଥାୟୀ ରାସ୍ତା ଯୋଗାଇ ଦେବାକୁ ଅଭିଯୋଗ ହୋଇଥିଲା। ସିନ୍ଧିକା ଗୁଡା,ଗମ୍ଭାରୀ ଗୁଡା ଓ ଘୋଡାଖୁନ୍ଟା ରେ ନୂତନ ରାସ୍ତା ନିର୍ମାଣ ଡ଼ାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ପାଚେରୀ ନିର୍ମାଣ ନେଇ ଅଭିଯୋଗ ହୋଇଥିଲା। ସେହିପରି ଜବାଗୁଡ଼ା ପଞ୍ଚାୟତ ର ତାଲ ବେଢା ଜୁନା ପାଣି ପଞ୍ଚାୟତ ର ରାବାଣାଗୁଡ଼ା ବାସି ଭାରତ ମାଳା ରାସ୍ତାର ଓଭର ବ୍ରିଜ ସମସ୍ୟା ନେଇ ଅଭିଯୋଗ କରିଥିଲେ। ଡ଼ଙ୍ଗରିଗୁଡ଼ା ରେ ଡ୍ରେନ ଓ ବିଦ୍ୟୁତ୍ ପୋଲ ସ୍ଥାପନ ନେଇ ଅଭିଯୋଗ ହୋଇଥିଲା। ।ଏହି ଅବସରରେ ୧୫ ଜଣ ଭିନ୍ନକ୍ଷମ ଙ୍କୁ ସାମାଜିକ ସୁରକ୍ଷା ବିଭାଗ ତରଫରୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ,ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଧ୍ରୁବ କୁମାର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ସିଡି ଏମଓ ସନ୍ତୋଷ କୁମାର ପଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ତହସିଲଦାର ଗୀତା ମୁର୍ମୁ , ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ ସହ ଜିଲ୍ଲାର ବହୁ ଉଚ୍ଚ ପଡ଼ାଷ୍ଟ ଅଧିକାରୀ ସାମିଲ ଥିଲେ। ଏହା ପରେ ଜିଲ୍ଲା ପାଳ ଡକ୍ଟର ଶୁଭଙ୍କର ମହାପାତ୍ର ଡ଼ାବୁଗାଁ ମେଦନା ରାସ୍ତାରେ ନିମିତ୍ତ ନୂତନ ମେଡିକାଲ, ଡ଼ାବୁଗାଁ – ମାନୀଗାଁ ରାସ୍ତା ଓ ଲ୍ୟାମ୍ପ୍ ର ସାର ଗୋଦାମ ପରିଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.