ପଦ୍ମପୁର :- ଚୋରା ଚାଲାଣ ହେଉଥିବା ଖଇର କାଠ ସହ ମିନି ଟ୍ରକ୍ କୁ ଜବତ କରିଛି ପଦ୍ମପୁର ବନବିଭାଗ । କୌଣସି ସୂତ୍ରରୁ ଖବର ପାଇ ପଦ୍ମପୁର ବନ ବିଭାଗ ପକ୍ଷରୁ ଗାଇସିଲେଟ ଥାନା ଅନ୍ତର୍ଗତ ଭୋଇପାଲି ଗ୍ରାମ ନିକଟରେ ଚଢାଉ କରି ୨୨.୮୫ କ୍ୱିଣ୍ଟାଲ ଖଇର କାଠ ସହ ଏକ ଟାଟା ୪୦୭ ଟ୍ରକ୍ ନଂ (ଓ. ଆର୍. ୦୩-୭୨୧୧)କୁ ଜବତ କରିଥିବା ବେଳେ ତଦନ୍ତ ଜାରି ରହିଛି ଓ ଜବତ କାଠ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଚଉଦ ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ପଦ୍ମପୁର ଡେପୁଟି ରେଞ୍ଜର ସୁଦାମ ଜଗଦଲା ।
Sign in
Sign in
Recover your password.
A password will be e-mailed to you.