୨୭ତମ ଜାତୀୟ ୱାଡୋ କାଇ କରାଟେ ଚାମ୍ପିୟନସିପ ରେ ଚମକିଲେ ଓଡ଼ିଆ ପୁଅ l

0

ସୁନ୍ଦରଗଡ଼: ଦାର୍ଜିଲିଂ ଠାରେ ଅନୁଷ୍ଠିତ ୨୭ତମ ଜାତୀୟ ୱାଡୋ କାଇ କରାଟେ ଚାମ୍ପିୟନସିପ ୨୦୨୫ ରେ ନିଜର ପରାକାଷ୍ଠା ଦେଖେଇଛନ୍ତି ସୁନ୍ଦରଗଡ଼ ପୋଲିସ ଭିବାଗ ରେ ଗ୍ରୁପ D ରେ କାର୍ଯ୍ୟରତ ବଳରାମ କଲେତ l ମେ ମାସ ୩୦ ତାରିକ ରୁ ଜୁନ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେଇ ଥିଲା l ଏହି ପ୍ରତିଯୋଗିତା ରେ ଦେଶ ର ବିଭିନ୍ନ ରାଜ୍ୟ ରୁ ପ୍ରତିଯୋଗୀ ମନେ ଯୋଗ ଦେଇ ଥିବା ବେଳେ ଓଡିଶା ରୁ ଏକ ମାତ୍ର ପ୍ରତି ଯୋଗୀ ଭାବେ ବଳରାମ ଯୋଗ ଦେଇ ଥିଲେ l ସିନିଅର କ୍ୟାଟେଗୋରୀ କାତା ଇଭେଣ୍ଟ ରେ ବଳରାମ ରୌପ୍ୟ ପଦକ ହାସଲ କରିଛନ୍ତି l ବଳରାମ ଙ୍କ ଏହି ସଫଳତା ହାସଲ ପରେ ଆଲ ଇଣ୍ଡିଆ ୱାଡୋ କାଇ କରାଟେ ଆସୋସିଏସନ ର ଅଧକ୍ଷ ରାଜେଶ ଅଗ୍ରୱାଲ, ରାଜ୍ୟ ସଭାପତି ଅରୂପ ସାମନ୍ତରାୟ, ସମ୍ପାଦକ ମନୋଜ ନାୟକ, ସୂବେଚା ଜଣେଇଛନ୍ତି l ସମ୍ବଲପୁର ଜିଲ୍ଲା ର ମୂଳ ବାସିନ୍ଦା ବଳରାମ ପ୍ରାୟ ୧୦ ବର୍ଷ ହେବ ନିଜସ୍ୱ ଉଦ୍ୟମ ରେ କରାଟେ, ମାର୍ସଲ ଆର୍ଟ ପ୍ରତିଯୋଗିତାରେ ଅନେକ ସଫଳତା ପାଇଥିବା ବେଳେ ସରକାରୀ ସ୍ତର ରେ ପ୍ରୋତ୍ସାହନ ଯୋଗେଇ ଦିଅ ଗଲେ ଆଗକୁ ଜାତୀୟ ତଥା ଆନ୍ତର୍ଜାତିଆ ସ୍ତର ରେ ଆହୁରି ଭଲ ପ୍ରଦର୍ଶନ ଦେଖେଇ ପାରିବେ ବୋଲି ବଳରାମ କରିଛନ୍ତି l ବର୍ତମାନ ସୁନ୍ଦରଗଡ଼ ପୋଲିସ ଜିଲ୍ଲା ରେ ଗ୍ରୁପ d କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି l

Leave A Reply

Your email address will not be published.