ସ୍ଥିରତା ଓ ପରିବେଶ ସୁରକ୍ଷା ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରି ଏଏମ୍ /ଏନ୍ଏସ୍ ଇଣ୍ଡିଆର ଦୀର୍ଘସ୍ଥାୟିତ୍ଵ ସପ୍ତାହ ପାଳନ

0

ସମୁଦ୍ର ବେଳାଭୂମି ସଫେଇ, ସାମୁହିକ ଚାରା ରୋପଣ, ଚାରା ବଣ୍ଟନ ଏବଂ ସଚେତନତା ଅଭିଯାନ ଅନୁଷ୍ଠିତ

ଭୁବନେଶ୍ୱର, ଜୁନ୍ ୦୯, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍ /ଏନ୍ଏସ୍ ଇଣ୍ଡିଆ ) ପକ୍ଷରୁ ଓଡିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ୨୯ ମଇ ରୁ ୭ ଜୁନ୍ ୨୦୨୫ ପର୍ଯ୍ୟନ୍ତ “ପ୍ଲାଷ୍ଟିକ୍ ପ୍ରଦୂଷଣର ବିଲୋପ ପାଇଁ ଉଦ୍ୟମ” ବିଷୟବସ୍ତୁକୁ ନେଇ ସପ୍ତାହବ୍ୟାପୀ ବିଭିନ୍ନ ପ୍ରଭାବଶାଳୀ କାର୍ଯ୍ୟକ୍ରମ ସହିତ ଦୀର୍ଘସ୍ଥାୟୀତ୍ୱ ସପ୍ତାହ ପାଳିତ ହୋଇଯାଇଛି।
ପାରାଦ୍ଵୀପରେ, ସପ୍ତାହବ୍ୟାପୀ କାର୍ଯ୍ୟକଳାପ ଗୁଡ଼ିକରେ ହାଉସକିପିଂ ଅଡିଟ୍ ଏବଂ ପ୍ଲାଣ୍ଟ ପରିସରରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ, କର୍ମଚାରୀ, ସହଯୋଗୀ ଏବଂ ଠିକା କର୍ମଚାରୀଙ୍କ ଅଂଶଗ୍ରହଣ ସହିତ କୁଇଜ୍ ଏବଂ ପୋଷ୍ଟର ପ୍ରତିଯୋଗିତା ଅନ୍ତର୍ଭୁକ୍ତ। ଜୁନ୍ ୦୪ ତାରିଖ ରେ, ଏଏମ୍ /ଏନ୍ଏସ୍ ଇଣ୍ଡିଆ ଦ୍ୱାରା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପାରାଦ୍ଵୀପ ପୌରପାଳିକା ସହଭାଗିତାରେ ସ୍ଥାନୀୟ ବିକ୍ରେତା ଏବଂ କମ୍ପାନୀ କର୍ମଚାରୀଙ୍କ ଅଂଶଗ୍ରହଣ ସହିତ ପାରାଦ୍ଵୀପ ସମୁଦ୍ର ବେଳାଭୂମି ଅଞ୍ଚଳରେ ଏକ ବ୍ୟାପକ ବେଳାଭୂମି ସଫେଇ ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା।
ଜୁନ୍ ୦୫, ଟାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦ୍ଵୀପର ଆଞ୍ଚଳିକ କାର୍ଯ୍ୟାଳୟ ଦ୍ୱାରା ତାଳଦଣ୍ଡା ନାଳ ପାଖରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା, ଏହା ପରେ ଏଏମ୍ /ଏନ୍ଏସ୍ ଇଣ୍ଡିଆ ପ୍ଲାଣ୍ଟ ମୁଖ୍ୟ ଫାଟକ ନିକଟରେ ବିଭିନ୍ନ ଅଂଶୀଦାରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଲ, ପାରାଦ୍ଵୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦ୍ଵୀପର ଆଞ୍ଚଳିକ ଅଧିକାରୀ ଶ୍ରୀ ପୁଷ୍କର ଚନ୍ଦ୍ର ବେହେରା, ଏଏମ୍ /ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଆସେଟ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି, ଏଏମ୍ /ଏନ୍ଏସ୍ ଇଣ୍ଡିଆ ପାରାଦ୍ଵୀପ ପେଲେଟ୍ ପ୍ଳାଣ୍ଟ ମୁଖ୍ୟ ଶ୍ରୀ ୟୁଏସଆର ରାଜୁଙ୍କ ସହିତ ପିପିଏଲ, ଆଇଓସିଏଲ ଏବଂ ଜେଏସଡବ୍ଲୁ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ଫଳ ଗଛ ଚାରା ବଣ୍ଟନ କରିଥିଲେ।
ସେହି ଦିନ, ପ୍ଲାଣ୍ଟ ପରିସରରେ ଏଏମ୍ /ଏନ୍ଏସ୍ ଇଣ୍ଡିଆ ଦ୍ୱାରା ଏକ ସାମୂହିକ ଚାରା ରୋପଣ ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା ଏବଂ ପରେ ଶ୍ରୀ ପୁଷ୍କର ଚନ୍ଦ୍ର ବେହେରା, ଶ୍ରୀ ସୁରେଶା ଜି, ଶ୍ରୀ ୟୁଏସଆର ରାଜୁଙ୍କ ଉପସ୍ଥିତିରେ ସମାପନ ସମାରୋହ ଅନୁଷ୍ଠିତ ହୋଇଥିଲା।
ଏଏମ୍ /ଏନ୍ଏସ୍ ଇଣ୍ଡିଆ ର ଭୁବନେଶ୍ୱର କାର୍ଯ୍ୟାଳୟରେ, କର୍ମଚାରୀମାନେ ସିଏସଆର କର୍ମଚାରୀ ସ୍ୱେଚ୍ଛାସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ସୁବିଧାରୁ ବଞ୍ଚିତ ପିଲାମାନଙ୍କ ପାଇଁ ପୁନଃ ବ୍ୟବହାରଯୋଗ୍ୟ ନୋଟବୁକ୍ ତିଆରି କରି ଦୀର୍ଘସ୍ଥାୟିତ୍ଵ ପଦକ୍ଷେପରେ ଯୋଗଦାନ କରିଥିଲେ।
ସେହିପରି ଡାବୁନା ବେନିଫିସିଏସନ୍ ପ୍ଲାଣ୍ଟ ପରିସରରେ ବୃକ୍ଷ ରୋପଣ ଅଭିଯାନ କରାଯାଇଥିଲା। କଟୁପାଲି ଗ୍ରାମରେ ଏବଂ ଡାବୁନାର ଟେଲରିଂ ସେଣ୍ଟରରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ କପଡ଼ା ବ୍ୟାଗ ଏବଂ ଚାରା ବଣ୍ଟନ ସହିତ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କର୍ମଚାରୀମାନେ “ପ୍ଲାଷ୍ଟିକ୍ ବନାମ ଅଣ-ପ୍ଲାଷ୍ଟିକ୍” ବିଷୟବସ୍ତୁ ଉପରେ ବିଭିନ୍ନ ପ୍ରତିଯୋଗିତା ଓ ନାଟକରେ ଅଂଶଗ୍ରହଣ କରିଥିଲେ । ଏଏମ୍ /ଏନ୍ଏସ୍ ଇଣ୍ଡିଆ ବେନିଫିସିଏସନ୍ ପ୍ଲାଣ୍ଟର ମୁଖ୍ୟ ଶ୍ରୀ ଜୟବର୍ଦ୍ଧନ ପରୋହା କର୍ମଚାରୀ ଏବଂ ସହାୟକ କର୍ମଚାରୀମାନଙ୍କୁ ସମ୍ବୋଧନ କରିବା ସହିତ ବିଭିନ୍ନ ପ୍ରତିଯୋଗିତାର ବିଜେତମାନଙ୍କୁ ପୁରସ୍କୃତ କରିଥିଲେ।
ସାଗାସାହି ଏବଂ ଠାକୁରାଣୀ ଖଣି ଚାରିପାଖରେ ଫଳ ଚାରା ରୋପଣ କରାଯାଇଥିଲା। ଖଣି ଡେଭଲପର୍ସ ଏବଂ ଅପରେଟର (ଏମଡିଓ)ଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଏମ୍ /ଏନ୍ଏସ୍ ଇଣ୍ଡିଆର ଖଣି ବିଭାଗ ମୁଖ୍ୟ ଶ୍ରୀ ଶରଣପ୍ପା କାମ୍ବାଲି ସାଗସାହିରେ କର୍ମଚାରୀ ଏବଂ ସହାୟକ କର୍ମଚାରୀମାନଙ୍କୁ ସମ୍ବୋଧନ କରିଥିବାବେଳେ ଏଏମ୍ /ଏନ୍ଏସ୍ ଇଣ୍ଡିଆ ଠାକୁରାଣୀ ଖଣିର ପ୍ରବନ୍ଧକ , ଶ୍ରୀ ଇନ୍ଦ୍ରକାନ୍ତ ସାହା, ପରିବେଶ ଉପରେ ଗୁରୁତ୍ଵାରୋପ କରି ପରିବେଶ ସୁରକ୍ଷା ଶପଥ ସମାରୋହର ନେତୃତ୍ଵ ନେଇଥିଲେ ।

Leave A Reply

Your email address will not be published.