ମହରାପଦର ଉଚ୍ଚ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର

0

ଖପ୍ରାଖୋଲ ୯/୬(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଭୁବନେଶ୍ଵର ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି। ରାଜ୍ୟ ସ୍ତରୀୟ ଭବ୍ୟ ସମାବେଶ ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମାନପତ୍ର ଓ ଚେକ୍ ମହରାପଦର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦ ଙ୍କୁ ପ୍ରଦାନ କରିଥିବା ଜଣାଯାଇଛି। ବିଦ୍ୟାଳୟ ରେ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ପ୍ଲାଷ୍ଟିକ ବର୍ଜନ, ବର୍ଯ୍ୟ ବସ୍ତୁ ର ବ୍ୟବହାର ଉପରେ ପୂର୍ବରୁ ଅନେକ କାର୍ଯ୍ଯ କରିଥିବା ବେଳେ ପ୍ରକୃତ ମିତ୍ର ପୁରସ୍କାର ମିଳିଲା ପରେ ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରୀ ଛାତ୍ର ମାନଙ୍କ ମଧ୍ଯ ଆନନ୍ଦ ଖେଳିଯାଇଛି।

Leave A Reply

Your email address will not be published.