ଜଗତସିଂହପୁର,ତା-୦୯.୦୬.୨୦୨୫/ସୁମନ୍ତ କୁମାର ଦାସ: ଗୋଟେ ମଣିଷର ଅତି ଆବଶ୍ୟକ ହେଉଛି ଖାଦ୍ୟ ଓ ଖାଇବା ପରେ ବିଶ୍ରାମ ନବାକୁ ଗୋଟିଏ ଘର l ଯଦି ମଣିଷକୁ ଏହି ଦୁଇଟି ଜିନିଷ ଶାନ୍ତିରେ ନ ମିଳେ ତେବେ ମଣିଷର ବଞ୍ଚିବା ବହୁତ କଷ୍ଟକର ହୋଇଯାଏ l ଏମିତି ଏକ ଜୀବନ୍ତ କାହାଣୀ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମ୍ମୁଗାଁ ପଞ୍ଚାୟତର ନନ୍ଦୀଗ୍ରାମରେ l ଏହି ଗ୍ରାମରେ ରୁନିଲତା ନାମକ ଏକ ମହିଳା ବାସ କରନ୍ତି l ପରିବାର କହିଲେ ଅନ୍ଧ ସ୍ୱାମୀ ସନ୍ତୋଷ ରଣା, ଗୋଟିଏ ଝିଅ ଆଉ ଗୋଟିଏ ପୁଅ l ଏହି ୪ଜଣକୁ ନେଇ ତାଙ୍କ ଦୁଃଖୀ ସଂସାର l ଶାନ୍ତିରେ ଖାଇବାକୁ ନାହିଁ କି ଘର ଖଣ୍ଡେ ନାହିଁ l ଗୋଟେ ଝାଟିମାଟି କୁଡ଼ିଆ ଘରେ ଦୁର୍ବିସୟ ତାଙ୍କ ଜୀବନ l ବର୍ଷା ଋତୁରେ ଜୀବନ ତାଙ୍କର ବହୁତ କଷ୍ଟକର l ସ୍ୱାମୀ ଅନ୍ଧ ହୋଇଥିବାରୁ କାମ କରି ଘର ଚଳାଇବାକୁ ପଡିଥାଏ ତାଙ୍କୁ l ସ୍ୱାମୀ ନିଜ କାମ କରିବା ପାଇଁ ଅସମର୍ଥ l ସ୍ୱାମୀଙ୍କ କଥା ବୁଝି ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ ବହୁତ କଷ୍ଟକର ହୋଇପଡିଛି l ତାଙ୍କର ସରକାରୀ ଯୋଜନାର କୌଣସି ସହାୟତା ନାହିଁ ଏମିତିକି ରାସନ କାର୍ଡ ବି ନାହିଁ l ଯେଉଁ କାର୍ଡଟି ଦୁଃଖୀ ଦରିଦ୍ରଙ୍କ ପାଇଁ ଅତିଆବଶ୍ୟକ l ସ୍ୱାମୀଙ୍କ ୧୨୦୦ ଟଙ୍କା ଭର୍ତ୍ତାରେ ଘର ଚଳୁଛି l ଋଣ ଉଠାଇ ଓ ଗାଁ ଲୋକଙ୍କ ସହାୟତାରେ ଝିଅକୁ ବାହା ଦେଇଛନ୍ତି ରୁନି l ପୁଅ ଘରର ଋଣ ସୁଝିବା ପାଇଁ ବାହାରେ ରହି ହୋଟେଲରେ କାମ କରୁଛନ୍ତି l ସୁଖ ତ ରୁନିଲତା ପରିବାର ପାଇଁ ଯେମିତି ସାତ ସପନ l ଘର ଖଣ୍ଡେ ପାଇଁ ଜଗତସିଂହପୁର ପ୍ରଶାସନକୁ ୨ ଦମ୍ପତି ଆକୁଳ ନିବେଦନ କରିଛନ୍ତି ବାକି ରହିଲା ପ୍ରଶାସନ କେବେ ତାଙ୍କ ଦୁଃଖ ବୁଝି ତାଙ୍କୁ ଘର ଖଣ୍ଡେ ଦେଉଛନ୍ତି l
Sign in
Sign in
Recover your password.
A password will be e-mailed to you.