ଜମନକିରା (ଲିପନ ନାଏକ):ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ଠାରେ ଥିବା ଭାରତ ମାତା ବୈଦିକ ସେବାଶ୍ରମ ସଂସ୍କୃତି ଜାଗରଣ ସଂଘର ରୋପ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି । ଏହି ପୌର ଜୟନ୍ତୀରେ ପ୍ରାୟ ହଜାରେ ଲୋକଙ୍କର ଜନସମାଗମ ହୋଇଥିଲା । ଏହି ପୌର ଜୟନ୍ତୀରେ ୧୫୦ ଜଣ ସ୍ବେଚ୍ଛାସେବୀ ଙ୍କୁ ସମ୍ମାନିତ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଶିଷ୍ଟ କବି ଶ୍ରୀମାନ ମୂରଲୀଧର ନାୟକଙ୍କୁ ଆମର ଜ୍ୟୋତି , ଜମନକିରା ର ବିଶିଷ୍ଟ କବି କବିରତ୍ନ ଶ୍ରୀ ପ୍ରମୋଦ କୁମାର ନାୟକଙ୍କୁ ମାର୍କେଣ୍ଡେୟ ଜ୍ୟୋତି ଓ ସଦର ମହକୁମା ଡାକ୍ତରଖାନା ରେ ନର୍ସିଂ ଅଫିସର ଭାବରେ କାର୍ଯ୍ୟରତ ଥିବା ଶ୍ରୀମତୀ ନିନା ପଟେଲ ଙ୍କୁ ସୁଚାରୁ ରୂପେ କାର୍ଯ୍ୟ ତୁଲାଇ ରୋଗୀମାନଙ୍କର ଉତ୍ତମସେବା କରୁଥିବାରୁ ତାଙ୍କୁ ବିଶିଷ୍ଟ ସମ୍ମାନରେ ସମ୍ମାନିତ କରି ସମ୍ମାନ ପତ୍ର ସହ ଔପଢୌକନ ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post